କ’ଣ ସେରମ୍ ଇନ୍ଷ୍ଟିଚ୍ୟୁଟକୁ ୧୦ ଲକ୍ଷ କରୋନା ଭ୍ୟାକ୍ସିନ ଫେରାଇ ଦେଲା ଦକ୍ଷିଣ ଆଫ୍ରିକା, ସତ୍ୟତା ଜଣାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ

ସେରମ୍ ଇନ୍ଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ତରଫରୁ ପଠାଯାଇଥିବା କରୋନା ଭ୍ୟାକ୍ସିନ୍ର ୧୦ ଲକ୍ଷ ଡୋଜ୍କୁ ଦକ୍ଷିଣ ଆଫ୍ରିକା ଫେରାଇ ଦେବା ଖବରକୁ ଖଣ୍ଡନ କରିଛନ୍ତି ଏଠାକାର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ଜ୍ୱେଲି ମଖିଜେ। ସେ ସ୍ପଷ୍ଟ କରିଛନ୍ତି କି, ଆମେ ଏଷ୍ଟ୍ରାଜେନେକା ଭ୍ୟାକ୍ସିନକୁ ସେରମ୍ ଇନ୍ଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆକୁ ଫେରାଇ ନାହୁଁ। ମନ୍ତ୍ରୀ ମଖିଜେ ସଂସଦରେ କହିଛନ୍ତି, ‘କିଛି ମିଡିଆ ପୋର୍ଟାଲ ଦାବି କରିଛନ୍ତି କି, ଆମେ ଭାରତକୁ କରୋନା ଟିକା ଫେରାଇ ଦେଇଛୁ। ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି, ଆମେ ଏଷ୍ଟ୍ରାଜେନେକା ଟିକା ଭାରତକୁ ଫେରାଇ ନାହୁଁ’।
ସେ ଆହୁରି କହିଥିଲେ ଯେ ଆମେ ଏଷ୍ଟ୍ରାଜେନେକାରୁ ଯେଉଁ ଟିକାର ଡୋଜ୍ କିଣିଥିଲୁ, ତାହାକୁ ଆଫ୍ରିକାନ୍ ୟୁନିୟନ(ଏୟୁ)କୁ ଦିଆଯାଇ ସାରିଛି, ଯାହାର ଆମେ ପାର୍ଟ। ଏୟୁ ସେହି ଦେଶଗୁଡ଼ିକୁ ଟିକା ବିତରଣ କରିବ, ଯେଉଁମାନେ ପୂର୍ବରୁ ହିଁ ଷ୍ଟକ୍ ହାସଲ କରିବାରେ ଆଗ୍ରହ ଦେଖାଇଛନ୍ତି’। କହି ରଖୁଛୁ, ଅକ୍ସଫୋର୍ଡ ଏବଂ ଏଷ୍ଟ୍ରାଜେନେକା ଦ୍ୱାରା ବିକଶିତ ଭ୍ୟାକ୍ସିନର ନିର୍ମାଣ ପୁଣେସ୍ଥିତ ସେରମ୍ ଇନ୍ଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ଦ୍ୱାରା କରାଯାଉଛି। ସେରମ୍ ଇନ୍ଷ୍ଟିଚ୍ୟୁଟ ମୁଖ୍ୟ ଭ୍ୟାକ୍ସିନକୁ ସପ୍ଲାୟର ରୂପେ ବାହାର କରିଛି। ଏହା ପ୍ରଥମ ବ୍ୟାଚ୍ରେ ୧୦ ଲକ୍ଷ ଡୋଜ୍ ପଠାଇଥିଲା। ୫ ଲକ୍ଷ ଡୋଜ୍ ଆଗାମୀ କିଛି ସପ୍ତାହ ଭିତରେ ପହଞ୍ଚିବାର ଅଛି।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(WHO) ଅକ୍ସଫୋର୍ଡ ଏବଂ ଏଷ୍ଟ୍ରାଜେନେକା ଦ୍ୱାରା ବିକଶିତ ଦୁଇ କୋଭିଡ୍-୧୯ ଭ୍ୟାକ୍ସିନ୍କୁ ଜରୁରିକାଳୀନ ବ୍ୟବହାର ପାଇଁ ମଞ୍ଜୁରି ଦେଇଛି। ଏଥିରେ ସେରମ୍ ଇନ୍ଷ୍ଟିଚ୍ୟୁଟର ଭ୍ୟାକ୍ସିନ ଛଡ଼ା ଦକ୍ଷିଣ କୋରିଆର ଏଷ୍ଟ୍ରାଜେନେକା-ଏସ୍କେବାୟୋର ଭ୍ୟାକ୍ସିନ ରହିଛି। WHO ପକ୍ଷରୁ ଜାରି ବୟାନରେ କୁହାଯାଇଛି, ଅକ୍ସଫୋର୍ଡ- ଏଷ୍ଟ୍ରାଜେନେକା ଭ୍ୟାକ୍ସିନ୍ର ଦୁଇଟି ସଂସ୍କରଣକୁ ଜରୁରୀ ବ୍ୟବହାର ପାଇଁ ମଞ୍ଜୁରି ଦିଆଯାଇଛି, ଯେପରି ସାରା ବିଶ୍ୱରେ କୋଭାକ୍ସ ଅଧୀନରେ ଟିକାକରଣକୁ ଆଗକୁ ବଢ଼ାଯାଇ ପାରିବ।