ମହଙ୍ଗା ପଡିଲା ମହିଳାଙ୍କୁ ଦୁର୍ବବ୍ୟହାର କରିବା, ଯୁବକଙ୍କ ଆଙ୍ଗୁଠି କାମୁଡି ଛିଡାଇଦେଲେ ମହିଳା

ନୂଆଦିଲ୍ଲୀ : ମହଙ୍ଗା ପଡିଲା ମହିଳାଙ୍କୁ ଦୁର୍ବ୍ୟବହାର କରିବା । ଦୁର୍ବ୍ୟବହାରର ପ୍ରତିଶୋଧ ସ୍ୱରୁପ ଯୁବକଙ୍କ ଆଙ୍ଗୁଠି କାମୁଡି ଛିଡାଇଦେଲେ ମହିଳା । ଆଉ ଛିଣ୍ଡା ଆଙ୍ଗୁଠି ସହ ପୋଲିସ୍‌ ଷ୍ଟେସନରେ ପହଞ୍ଚିଲେ ମହିଳା । ଉତ୍ତରପ୍ରଦେଶ କୌଶମ୍ବିରେ ଏଭଳି ଘଟଣା ଘଟିଛି । ବଜାରରୁ ଫେରୁଥିବା ବେଳେ ମହିଳାଙ୍କୁ ଅନୁସରଣ କରି ଗାଁ ନିକଟରେ ପହଞ୍ଚିଥିଲା ଅଭିଯୁକ୍ତ । ଏହା ପରେ ତାଙ୍କୁ ଦୁର୍ବ୍ୟବହାର କରିବା ସହ ଗହଣା ଛଡାଇନେବାକୁ ଚେଷ୍ଟା କରିଥିଲା ।

ମହିଳା ଜଣଙ୍କ ଚିତ୍କାର କରିବାକୁ ମୁହଁ ବନ୍ଦ କରି ହତ୍ୟା ଧମକ ମଧ୍ୟ ଦେଇଥିଲା । ହେଲେ ଭୟ ନକରି ଅଭିଯୁକ୍ତର ଆଙ୍ଗୁଠି କାମୁଡି ଛିଣ୍ଡାଇ ଦେଇଥିଲେ ମହିଳା । ପରେ ଛିଣ୍ଡା ଆଙ୍ଗୁଠି ଧରି ପୋଲିସ୍‌ ଷ୍ଟେସନରେ ପହଞ୍ଚିଥିଲେ । ତେବେ ଗାଁ ଲୋକ ଧରିବା ପୂର୍ବରୁ ସ୍ଥାନ ଛାଡି ଫେରାର ହୋଇଯାଇଥିଲା ଅଭିଯୁକ୍ତ । ସେପଟେ ଅଭିଯୁକ୍ତକୁ ଖୋଜିବା ସହ ଅଧିକ ଯାଞ୍ଚ କରୁଛି ପୋଲିସ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.