ଶାଢ଼ି ପିନ୍ଧିଥିବା ମହିଳାଙ୍କୁ ରେସ୍ତୁରାଁ ଭିତରକୁ ପ୍ରବେଶ ମନା !

ନୂଆଦିଲ୍ଲୀ : ଶାଢ଼ି ପିନ୍ଧିଥିବାରୁ ଜଣେ ମହିଳାଙ୍କୁ ଦିଲ୍ଲୀର ଏକ ରେସ୍ତୁରାଁ ଭିତରକୁ ପ୍ରବେଶ କରିବାକୁ ବାରଣ କରାଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଟ୍ୱିଟରରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଏହା ସ୍ପଷ୍ଟ ହୋଇଛି। ଭିଡିଓରେ ଜଣେ ମହିଳା କର୍ମଚାରୀ କହିଛନ୍ତି ,ଆମେ କେବଳ ସ୍ମାର୍ଟ କାଜୁଆଲ୍ ପୋଷାକ ପିନ୍ଧିଥିବା ଲୋକଙ୍କୁ ପ୍ରବେଶ ଅନୁମତି ଦେଇଥାଉ ଏବଂ ଶାଢ଼ି ସେଭଳି ପରିଧାନ ତାଲିକାରେ ନାହିଁ।

ଭିଡିଓର କ୍ୟାପସନ୍‌ରେ ରହିଛି  ‘ଆକ୍ୱିଲା ରେସ୍ତୁରାଁରେ ଶାଢ଼ି ପିନ୍ଧିଥିବା ମହିଳାଙ୍କୁ ପ୍ରବେଶ ଅନୁମତି ଦେଉ ନାହାନ୍ତି। କାରଣ ଭାରତୀୟ ଶାଢ଼ୀ ବର୍ତ୍ତମାନ ସ୍ମାର୍ଟ ପୋଷାକ ନୁହେଁ। ଦୟାକରି ସ୍ମାର୍ଟ ପୋଷାକକୁ ବାଖ୍ୟା କରନ୍ତୁ ଏହା ପରେ ମୁଁ ଶାଢ଼ି ପିନ୍ଧିବା ବନ୍ଦ କରିବି’। ଉକ୍ତ ଭିଡିଓ ଦେଖିବା ପରେ ଲୋକମାନେ ଏହାକୁ ବିରୋଧ କରିବା ସହ ଭାରତୀୟ ସଂସ୍କୃତିକୁ ନଷ୍ଟ କରିବାକୁ ଏହା ଏକ ପ୍ରୟାସ ବୋଲି କୁହାଯାଇଛି।

 

 

Leave A Reply

Your email address will not be published.