ଖଟରୁ ଖସିପଡିଲେ ମହିଳା, ଉଠାଇବା ପାଇଁ ଆସିଲା ଦମକଳ ବାହିନୀ

ଖଟରୁ ଉଠିବା ବେଳେ ତଳେ ପଡିଗଲେ ମହିଳା । ଆଉ ତାଙ୍କୁ ଉଠାଇବାକୁ ଦମକଳ ବାହିନୀଙ୍କୁ ଡାକିବାକୁ ପଡିଲା । ଏଭଳି ଘଟଣା ମହାରାଷ୍ଟ୍ରର ଥାନେରେ ଘଟିଛି । ମହିଳାଙ୍କ ଓଜନ ୧୬୦ କେଜି ରହିଥିଲା । ତେଣୁ ଏଭଳି ପରିସ୍ଥିତିରେ ପଡିଥିଲା ପରିବାର ।

ଶୋଇବା ପରେ ଖଟରୁ ଉଠିବାକୁ ଚେଷ୍ଟା କରୁଥିବା ବେଳେ ତଳକୁ ଖସିପଡିଲେ ମହିଳା । ଆଉ ମହିଳାଙ୍କୁ ଉଠାଇବା ପାଇଁ ପରିବାର ଲୋକେ ଦମକଳ ବାହିନୀକୁ ଫୋନ କଲେ । ଘଟଣାଟି ମହାରାଷ୍ଟ୍ରର ଥାନେରେ ଘଟିଛି ।
ଖବର ମୁତାବକ, ମହାରାଷ୍ଟ୍ର ଥାନେରେ ଜଣେ ମହିଳା ଘରେ ଖଟରେ ଶୋଇ ଉଠିବା ପରେ ତଳକୁ ଖସିପଡିଥିଲେ । ଘର ଲୋକେ ସମସ୍ତେ ଚେଷ୍ଟା କରି ମଧ୍ୟ ତାଙ୍କୁ ଉଠାଇପାରିନଥିଲେ । କାରଣ ମହିଳା ଜଣକଙ୍କ ଓଜନ ୧୬୦ ରହିଥିଲା । ତେଣୁ ତାଙ୍କୁ ଉଠାଇବା ପାଇଁ ଦମକଳ ବାହିନୀକୁ ଫୋନ କରିବାକୁ ପଡିଥିଲା ।

୬୨ ବର୍ଷୀୟ ମହିଳା ଜଣକର ଓଜନ ୧୬୦ କେଜି ଓ ସ୍ୱାସ୍ଥ୍ୟଗତ ଖରାପ ଯୋଗୁଁ ଚାଲିପାରୁନଥିଲେ । ଏଥିପାଇଁ ପରିବାର ଲୋକେ ଖଟ ଉପରୁ ତାଙ୍କୁ ଉଠାଇବାରେ ଅକ୍ଷମ ହେଲେ। ତାଙ୍କର ମୋବିଲିଟି ସମସ୍ୟା ଥିବାରୁ ଶରୀରର ଅଙ୍ଗ ସହଜରେ ମୁଭ୍ ବା ଗତି କରିପାରୁ ନାହିଁ। ତେଣୁ ସବୁବେଳେ ଖଟରେ ପଡି ରହୁଥିଲେ ।

ଆଜି ସକାଳ ପ୍ରାୟ ୮ଟା ସମୟରେ ସେ ଶୋଇଥିବା ବେଳେ ଖଟରୁ ପଡ଼ି ଯାଇଥିଲେ। ପରିବାର ଲୋକେ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଫଳରେ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ। ଖବର ପାଇ ଉଦ୍ଧାରକାରୀ ଟିମ୍ ପହଞ୍ଚି ତାଙ୍କୁ ଖଟ ଉପରେ ଶୁଆଇଥିଲେ । ଏନେଇ ଥାନେ ମ୍ୟୁନିସିପାଲ କର୍ପୋରେସନର ଜଣେ କର୍ମଚାରୀ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.