ସମୟ ପୂର୍ବରୁ ଏକା ସାଙ୍ଗରେ ଜନ୍ମ ହେଲେ ୪ଟି ଶିଶୁ, ମହିଳାଙ୍କ ସହିତ ପିଲା ସୁସ୍ଥ

ମଧ୍ୟପ୍ରଦେଶ ବାଲାଘାଟ ଜିଲ୍ଲା ହସପିଟାଲରେ ଭର୍ତ୍ତି ହୋଇଥିବା ଗର୍ଭବତୀ ମହିଳା ଜଣକ ଏକାସାଙ୍ଗରେ ୪ ପିଲାଙ୍କୁ ଜନ୍ମ ଦେଇଛନ୍ତି। ଏମାନଙ୍କ ମଧ୍ୟରେ ୩ଟି ପୁଅ ଏବଂ ଗୋଟିଏ ଝିଅ ରହିଛନ୍ତି। ଡାକ୍ତରଙ୍କ କହିବନୁଯାୟୀ, ଚାରିଜଣ ପିଲା ଏବଂ ମା ସଂପୂର୍ଣ୍ଣ ଭାବେ ସୁସ୍ଥ ରହିଛନ୍ତି। ମହିଳା ଏକାସାଙ୍ଗରେ ୪ ଜଣ ପିଲା ଜନ୍ମ ଦେଇଥିବାରୁ ପରିବାର ଲୋକେ ମଧ୍ୟ ବହୁତ ଖୁସି ରହିଛନ୍ତି।

କିରଣପୁର ତହସିଲ ଗାଁ ଜରହୀରେ ରହୁଥିବା ୨୬ ବର୍ଷୀୟ ପ୍ରୀତି ନନ୍ଦଲାଲ ମିଶ୍ରାମ ବିହାଘରର ୩ ବର୍ଷ ପରେ ମା’ ହୋଇଥିଲେ। ପ୍ରୀତିଙ୍କ ଡେଲିଭରୀ ଅସ୍ତ୍ରୋପଚାର ପରେ ୩ଟି ପୁଅ ଏବଂ ଗୋଟେ ଝିଅ ଜନ୍ମ ନେଇଥିଲେ। ପିଲାମାନେ ସମୟ ପୂର୍ବରୁ ଜନ୍ମ ନେଇଥିବାରୁ ସେମାନଙ୍କୁ ଏନସିୟୁରେ ଭର୍ତ୍ତି କରିବାକୁ ପଡିଥିଲା। ଡାକ୍ତରଙ୍କ କହିବାନୁଯାୟୀ, ସେମାନଙ୍କର ଏବେ ଦେଖାଶୁଣା କରାଯାଉଛି। ଏହି ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସିଭିଏ ସର୍ଜନ ସହ ହସପିଟାଲର ଅଧୀକ୍ଷକ ଡାକ୍ତର ସଂଜୟ ଧବଡଗାଁ କହିଛନ୍ତି, ଟ୍ରମା ୟୁନିଟର ବିଶେଷଜ୍ଞ ଟିମ୍‌ ସାମିଲ ଡା ରଶ୍ମି ବାଘମାରେ ଏବଂ ଆନାସ୍ଥେନିଆ ବିଶେଷଜ୍ଞ ଡା. ଦିନେଶ ମିଶ୍ରାମ, ଷ୍ଟାଫ ସିଷ୍ଟର ସରିତା ମିଶ୍ରାମ ଏବଂ ତାଙ୍କ ଟିମ୍‌ ସକାଳ ୧୧ରେ ପ୍ରୀତି ନନ୍ଦଲାଲ ମିଶ୍ରାମଙ୍କ ଅପରେସନ କରିଥିଲେ। ଏହା ବହୁତ କଠିନ କାମ ଥିଲା। ସବୁ ପିଲା ୨୯ ସପ୍ତାହରେ ଜନ୍ମଗ୍ରହଣ କରିଥିଲେ। ଅର୍ଥାତ୍‌ ଜନ୍ମ ହେବାକୁ ଆହୁରି ୯ ସପ୍ତାହ ବାକି ଥିଲା।

ଏକାସାଙ୍ଗରେ ୪ ପିଲାକୁ ଜନ୍ମଗ୍ରହଣ ଦେଇଥିବା ଏବଂ ସମସ୍ତେ ସୁସ୍ଥ ଥିବା ଏହା ପ୍ରଥମ ମାମଲା। ଏହାପୂର୍ବରୁ ଦୁନିଆରେ ଏମିତି କିଛି ମାମଲା ବିଷୟରେ ଶୁଣିବାକୁ ମିଳିନଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.