୪ଟି ଗୋଡ଼ ଥିବା କନ୍ୟା ସନ୍ତାନକୁ ଜନ୍ମଦେଲେ ମହିଳା

ଗ୍ଵାଲିଅର: ୪ଟି ଗୋଡ଼ ଥିବା କନ୍ଯା ସନ୍ତାନକୁ ଜନ୍ମଦେଲେ ମହିଳା । ମଧ୍ୟପ୍ରଦେଶ ଗ୍ଵାଲିଅର ଜିଲ୍ଲା କମଲା ରାଜା ହସପିଟାଲରେ ଦେଖିବାକୁ ମିଳିଛି ଏପରି ଘଟଣା । ମହିଳା ଜଣକ ହେଲେ ସିକନ୍ଦର କାମ୍ପୋ ଅଞ୍ଚଳର ଆରତୀ କୁଶଓ୍ଵାଲା । ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି ଡାକ୍ତର ।

ଶିଶୁର ଓଜନ ୨.୩ କିଲୋ ରହିଛି । ଶିଶୁଟିର ଯତ୍ନ ନେବାପାଇଁ ଏକ ଡାକ୍ତରୀ ଦଳ ଗଠନ କରାଯାଇଛି । ଡାକ୍ତରୀ ଦଳର ମୁଖ୍ୟ ଡାକ୍ତର ଆର.କେ.ଏସ ଧାକଡ଼ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କିଛି ଫିଟସରେ ବ୍ୟତିକ୍ରମ ଦେଖାଦେଇଥାଏ । ଏମ୍‌ବ୍ରିଓଟି ଦୁଇ ଭାଗରେ ବିଭକ୍ତ ହୋଇ ଦୁଇଟି ସ୍ଥାନରେ ଶରୀରର ଅଙ୍ଗରେ ବିକାଶ ଘଟିଥାଏ । ଯାହାଦ୍ବାରା ଆଉ ଦୁଇଟି ଗୋଡ଼ର ବିକାଶ ହୋଇଛି । କିନ୍ତୁ ତାହା ଅକାମି ଅବସ୍ଥାରେ ରହିଛି । ପରେ ସର୍ଜରୀ ମାଧ୍ୟରେ ଗୋଡ଼ ଦୁଇଟିକୁ ଶରୀରରୁ ଅଲଗା କରି ଦିଆଯିବ ବୋଲି ଡାକ୍ତର କହିଛନ୍ତି ।

ଡାକ୍ତରଖାନାର ନ୍ୟୁ ବର୍ଣ୍ଣ କେୟାର ୟୁନିଟରେ ଶିଶୁଟିର ଯତ୍ନ ନିଆଯାଉଛି । ଏକ ସ୍ୱତନ୍ତ ଡାକ୍ତରୀଦଳ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି । ପରେ ସର୍ଜରୀ ମାଧ୍ୟମରେ ଶିଶୁଟିର ଗୋଡ଼କୁ ଶରୀରରୁ ଅଲଗା କରି ଦିଆଯିବ । ତାପରେ ସେ ସାଧାରଣ ଜୀବନ ଯାପନ କରିପାରିବ ବୋଲି ଡାକ୍ତର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.