ଦଶ ମିନିଟ୍ ଭିତରେ ୬ଟି ସନ୍ତାନ , ୪ଟି ଯାଆଁଳା ପୁଅ ଓ ୨ଟି ଯାଆଁଳା ଝିଅକୁ ଜନ୍ମ ଦେଲେ ମହିଳା

ହୟୁଷ୍ଟନ,ଟେକ୍ସାସରେ ଜଣେ ମହିଳା ଶୁକ୍ରବାର ଦିନ ୩ଥରରେ ଛଅଟି ସ୍ତାନଙ୍କୁ ୧୦ମିନିଟ୍ ଭିତରେ ଜନ୍ମ ଦେଇଛନ୍ତି । ଥେଲମା ଚିକା ନାମକ ଏହି ମହିଳା ଟିକ୍ସାସର ବୁମନ ହସ୍ପିଟାଲରେ ଏହି ଯମଜ ସନ୍ତାନ ମାନଙ୍କୁ ଜନ୍ମ ଦେଇଥିବା ଜଣାପଡିଛି । ତେବେ ଦୁଇଟି ସେଟ୍ ରେ ଦୁଇଟି ଦୁଇଟି ଯମଜ ପୁତ୍ର ସନ୍ତାନଙ୍କୁ  ଏବଂ ଗୋଟିଏ ସେଟ୍ ରେ ଯମଜ କନ୍ୟାଙ୍କୁ ସ୍ବାଗତ କରିଛନ୍ତି ଥେଲମା ।

SIX CHILDREN-2ସମସ୍ତ ଛଅ ଜଣ ଶିଶୁଙ୍କ ଜନ୍ମ ୪ଟା ୫୦ ମିନିଟ୍ ରୁ ୪.୫୯ ମିନ୍ଟ୍ ଭିତରେ ହୋଇଥିବାବେଳେ ଶିଶୁ ମାନଙ୍କର ଓଜନ ଗୋଟେ କେଜି ୧୨ ଗ୍ରାମରୁ ୨କେଜି ୧୪ ଗ୍ରାମ ଭିତରେ ରହିଛି । ତେବେ ହସ୍ପିଟାଲ ପକ୍ଷରୁ ସମସ୍ତ ଶିଶୁଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ବେଳେ ସେମାନଙ୍କ ଚିକିତ୍ସା ଜାରି ରଖାଯାଇଥିବା କୁହାଯାଇଛି ।

SIX CHILDREN-4ତେବେ ଶିଶୁ ମାନଙ୍କର ମା’ ଚିକା ମଧ୍ୟ ସୁସ୍ଥ ଅଛନ୍ତି । ସେ ନିଜର ଛଅଟି ଶିଶୁଙ୍କ ମଧ୍ୟରୁ ୪ଟି ପୁଅଙ୍କ ନାମ ଦେଇନଥିବାବେଳେ ଦୁଇଟି କନ୍ୟା ସନ୍ତାନର ନାମ ଦେଇଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି । ତେବେ ସେ ତାଙ୍କର ଦୁଇ ଶିଶୁ କନ୍ୟାଙ୍କ ନାମ ଜିନା ଓ ଜୁରିୟଲ ଦେଇଛନ୍ତି ।

SIX CHILDREN-3ତେବେ ସେକ୍ସୁପ୍ଳେଟସ୍ ବା ଛଅଟି ସନ୍ତାନ ହେବା ବହୁ ଦୁର୍ଲଭ କଥା । ୧୯୬୮ରେ ବର୍ମିଘମରେ ଏକ ମହିଳା ଏନଏଚଏସରେ ଏକା ଥରରେ ଛଅଟି ଛୁଆ ଜନ୍ମ ଦେବାର ପ୍ରଥମ ମହିଳା ଥିଲେ । ଏହି ଡେଲିଭରୀରେ ୨୮ ମେଡିକାଲ ଷ୍ଟାଫ୍ ଥିଲେ । ୧୯୮୩ରେ ଜେନେଟ ବାଲ୍ଟନ୍ ଲିବରପୁଲରେ ଦୁନିଆର ପ୍ରଥମ ଫିମେଲ ସେକ୍ସୋଲେଟ୍ କୁ ଜନ୍ମ ଦେଇ ଇତିହାସ ରଚିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.