Below header

୧୪ ବର୍ଷ ଧରି କୋମାରେ ଥିବା ମହିଳା ହେଲେ ଗର୍ଭବତୀ, ଯାଞ୍ଚ କରୁଛନ୍ତି ଡାକ୍ତର, ତଦନ୍ତ କରୁଛି ପୋଲିସ୍‌

ବେଳେ ବେଳେ ଏମିତି କିଛି ଘଟଣା ଘଟେ, ଯାହା ବିଷୟରେ ଆପଣ କେବେ ବି ଚିନ୍ତା ମଧ୍ୟ କରି ନଥିବେ। ଆଶ୍ଚର୍ଯ୍ୟ ଲାଗେ ଓ ଅବିଶ୍ୱାସ ବି ହୁଏ । ଏପରି ଏକ ଘଟଣା ଆମେରିକାରେ ଦେଖିବାକୁ ମିଳିଛି। ଏଠାରେ ଗତ ୧୪ ବର୍ଷ ହେଲା କୋମାରେ ଥିବା ଜଣେ ମହିଳା ଗର୍ଭବତୀ ହୋଇଛନ୍ତି। ଖାଲି ଗର୍ଭବତୀ ହୋଇ ନାହାନ୍ତି ଗୋଟିଏ ପିଲାକୁ ମଧ୍ୟ ଜନ୍ମ ଦେଇଛନ୍ତି ସେହି କୋମାରେ ଥିବା ଅବସ୍ଥା । ଯାହାକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା। ମହିଳା ଜଣକ ଗର୍ଭବତୀ ହେବା ନେଇ ଡାକ୍ତରଙ୍କ ଆଶ୍ଚର୍ଯ୍ୟରେ ସୀମା ନାହିଁ । ଏହି ଅଜଣା ମହିଳା ଜଣକ ଏକ ନର୍ସିଂ ଫର୍ଟିଲିଟିରେ ଅନେକ ବର୍ଷ ହେଲାଣି ଭର୍ତ୍ତି ହୋଇଥିଲେ।
ଏହି ଘଟଣା ଘଟିଛି ଆମେରିକାର ଫିନିକ୍ସ ଏରିଜୋନାରେ ଘଟିଛି । ଯେଉଁଠାରେ ଗତ ୧୪ ବର୍ଷ ହେଲାଣି କୋମାରେ ଥିବା ମହିଳା ଗର୍ଭବତୀ ହୋଇ ଏକ ସୁସ୍ଥ ଶିଶୁକୁ ଜନ୍ମ ଦେଇଛନ୍ତି। ମହିଳା ଜଣକ କୋମା ଅବସ୍ଥାରେ ଥିବା ବେଳେ କିଭଳି ଗର୍ଭବତୀ ହେଲେ, ତାର କାରଣ ଡାକ୍ତର କି ପୋଲିସ୍‌ର ମୁଣ୍ଡରେ ପଶୁନି ।

operation-room

କୋମା ଅବସ୍ଥାରେ ମହିଳାଙ୍କ ଯୌନ ଶୋଷଣ ହୋଇଛି ନା ନାହିଁ ତାର ତଦନ୍ତ କରୁଛି ପୋଲିସ୍‌ । ହୁଏତ ନର୍ସିଂ ହୋମର କୌଣସି କର୍ମଚାରୀ ତାଙ୍କ ସହିତ ଦୁଷ୍କର୍ମ କରିଥାଇ ପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି। କିନ୍ତୁ ନର୍ସିଂ ହୋମର ପକ୍ଷରୁ କୁହାଯାଇଛି କି, ଏଠାରେ କୌଣସି ପୁରୁଷ କର୍ମଚାରୀ ମହିଳା ରୋଗୀଙ୍କ ରୁମ୍‌କୁ ଯାଆନ୍ତି ନାହିଁ । ଯଦିବି ଯାଆନ୍ତି ତେବେ ଜଣେ ମହିଳା କର୍ମଚାରୀ ତାଙ୍କ ସାଙ୍ଗରେ ଯାଇଥାନ୍ତି । ତେଣୁ ଅଡୁଆରେ ପୋଲିସ୍‌ ଏବଂ ମୁଣ୍ଡ ଘୂରାଉଛି ଡାକ୍ତରଙ୍କର ।
୧୪ ବର୍ଷ ପୂର୍ବେ ଏହି ମହିଳାଙ୍କ ବାପା ମାଙ୍କ ମୃତ୍ୟୁ ପାଣିରେ ବୁଡିବା ଯୋଗୁଁ ହୋଇଥିଲା। ଏହି ଘଟଣାକୁ ସହି ନପାରି ମହିଳା ଜଣକ କୋମାକୁ ଚାଲି ଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.