Below header

ବିଶ୍ବକପ-୨୦୨୩, ବାଂଲାଦେଶକୁ ୮୭ ରନରେ ହରାଇଲା ନେଦରଲାଣ୍ଡସ୍

ଆଇସିସି ବିଶ୍ବକପର ଏକ ମ୍ୟାଚରେ ବାଂଲାଦେଶକୁ ୮୭ ରନରେ ହରାଇଦେଇଛି ନେଦରଲାଣ୍ଡସ୍ । ବାଂଲାଦେଶକୁ ନେଦରଲାଣ୍ଡସ ୨୩୦ ରନର ବିଜୟ ଲକ୍ଷ୍ୟ ଦେଇଥିବା ବେଳେ ବାଂଲାଦେଶ ଦଳ ମାତ୍ର ୧୪୨ ରନରେ ଅଲଆଉଟ ହୋଇଯାଇଥିଲା ।

କୋଲକାତା : ଆଇସିସି ବିଶ୍ବକପର ଏକ ମ୍ୟାଚରେ ବାଂଲାଦେଶକୁ ୮୭ ରନରେ ହରାଇଦେଇଛି ନେଦରଲାଣ୍ଡସ୍ । ବାଂଲାଦେଶକୁ ନେଦରଲାଣ୍ଡସ ୨୩୦ ରନର ବିଜୟ ଲକ୍ଷ୍ୟ ଦେଇଥିବା ବେଳେ ବାଂଲାଦେଶ ଦଳ ମାତ୍ର ୧୪୨ ରନରେ ଅଲଆଉଟ ହୋଇଯାଇଥିଲା ।

ଦଳ ପକ୍ଷରୁ ମେହିଦି ହାସାନ ମିରାଜ ସର୍ବାଧିକ ୩୫ ରନ କରିଥିଲେ । ସେହିପରି ମହମ୍ମଦୁଲ୍ଲା ଓ ମୁସ୍ତାଫିକୁର ରହିମ ୨୦ ରନ ଲେଖାଏ୍ଁ କରିଥିଲେ । ନେଦରଲାଣ୍ଡସ ପକ୍ଷରୁ ପଲ୍ ଭନ୍ ମିକେରେନ ୪ଟି ଓ୍ବିକେଟ ନେଇଥିବାବେଳେ ବାସ୍ ଡି ଲିଡ୍ସ ୨ଟି ଓ୍ବିକେଟ ନେଇଥିଲେ । ଏହି ମ୍ୟାଚରେ ନେଦରଲାଣ୍ଡସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.