ଗୁଜରାଟରେ ଗୋଟିଏ ପରିବାରର ଗଣ ଆତ୍ମହତ୍ୟା, ୬ ଜଣ ବିଷ ପିଇଲେ ଓ ଜଣେ ରଶି ଲଗାଇଲେ

ଗୁଜରାଟରେ ଗୋଟିଏ ପରିବାରର ଗଣ ଆତ୍ମହତ୍ୟା। ପରିବାରର ୭ ଜଣ ଆତ୍ମହତ୍ୟା କରିଛନ୍ତି। ହୃଦୟ ବିଦାରକ ଘଟଣା ଘଟିଛି ସୁରତରେ।

ଗୁଜରାଟରେ ଗୋଟିଏ ପରିବାରର ଗଣ ଆତ୍ମହତ୍ୟା। ପରିବାରର ୭ ଜଣ ଆତ୍ମହତ୍ୟା କରିଛନ୍ତି। ହୃଦୟ ବିଦାରକ ଘଟଣା ଘଟିଛି ସୁରତରେ। ପାଲାନପୁର ସିଦ୍ଧେଶ୍ବର ଆପାର୍ଟମେଣ୍ଟରେ ରହୁଥିଲେ ଏହି ପରିବାର। ମୃତକଙ୍କ ଭିତରେ ୩ ଜଣ ଶିଶୁ ଅଛନ୍ତି। ୬ ଜଣ ବିଷ ପିଇ ଆତ୍ମହତ୍ୟା କରିଥିବା ବେଳେ ଜଣେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ପୋଲିସ ମୃତଦେହ ଜବତ କରି ତଦନ୍ତ କରୁଛି । ଘଟଣା ସ୍ଥଳରୁ ସୁଇସାଇଡ ନୋଟ ଜବତ କରିଛି ପୋଲିସ। ଆର୍ଥିକ କାରବାରକୁ ନେଇ କିଛି ବିବାଦ ରହିଥିଲା । ଯାହା ଆତ୍ମହତ୍ୟାର କାରଣ ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.