ଗୁରୁଗ୍ରାମ : କୁସ୍ତିଯୋଦ୍ଧାଙ୍କ ଉପରେ ଦୁର୍ବୃତ୍ତ କଲେ ଆକ୍ରମଣ, ୪ ଆହତ

ଗୁରୁଗ୍ରାମରେ ଏବେ ପ୍ରତିଦିନ ଅପରାଧିକ ଘଟଣା ସାମ୍ନାକୁ ଆସୁଛି । ବର୍ତ୍ତମାରର ତାଜା ମାମଲା ହେଉଛି କୁସ୍ତିଯୋଦ୍ଧାଙ୍କ ଉପରେ ଆକ୍ରମଣ । ବାସ୍ତବରେ ମଙ୍ଗଳବାର ଦିନ କିଛି ଲୋକମାନେ ଅଖାଡାରେ ଅଭ୍ୟାସ କରୁଥିବା କୁସ୍ତିଯୋଦ୍ଧାମାନଙ୍କ ଉପରେ ଆକ୍ରମଣ କରିଥିଲେ ।

ହାଇ ଟେକ୍ ସିଟି ଗୁରୁଗ୍ରାମରେ ଏବେ ପ୍ରତିଦିନ ଅପରାଧିକ ଘଟଣା ସାମ୍ନାକୁ ଆସୁଛି । ବର୍ତ୍ତମାରର ତାଜା ମାମଲା ହେଉଛି କୁସ୍ତିଯୋଦ୍ଧାଙ୍କ ଉପରେ ଆକ୍ରମଣ । ବାସ୍ତବରେ ମଙ୍ଗଳବାର ଦିନ କିଛି ଲୋକମାନେ ଅଖାଡାରେ ଅଭ୍ୟାସ କରୁଥିବା କୁସ୍ତିଯୋଦ୍ଧାମାନଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ଘଟଣାରେ ୪ ଜଣ କୁସ୍ତିଯୋଦ୍ଧା ଆହତ ହୋଇଥିଲେ । ଏହି ଘଟଣା ସମ୍ପର୍କରେ ପୋଲିସ ସୂଚନା ଦେଇଛି ।

ପୋଲିସର ସୂଚନାନୁସାରେ, ଏହି ଘଟଣା ସହରର ସେକ୍ଟର –୭୯ ରେ ଅବସ୍ଥିତ ନୌରଙ୍ଗପୁରର କୁସ୍ତି ଅଖାଡାରେ ଜଣେ କୁସ୍ତିଯୋଦ୍ଧାଙ୍କ ପୁରୁଣା ଝଗଡା ଯୋଗୁ ଏପରି ଘଟିଥିଲା । ଏହାକୁ ନେଇ ପୋଲିସ ଅଧିକାରୀ କହିଛନ୍ତି ଯେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେ କହିଛନ୍ତି ଯେ ଅଭିଯୁକ୍ତ, ଶିକୋହପୁର ଗାଁର ବାସିନ୍ଦା ଏହି ଘଟଣା ପରେ ପଳାୟନ କରିଛନ୍ତି ।

ପୋଲିସ ଅଧିକାରୀ କହିଛନ୍ତି ଯେ ଖେରକି ଡୌଲ ପୋଲିସ ଷ୍ଟେସନରେ ୧୧ ଜଣ ଅଜ୍ଞାତ ଲୋକଙ୍କ ବିରୋଧରେ ଏଫଆଇଆର ଦାଖଳ କରାଯାଇଛି । କୁସ୍ତିଯୋଦ୍ଧା ଲୋକେଶଙ୍କ ଅଭିଯୋଗ ଅନୁଯାୟୀ, ବାଇକ୍ ଚଳାଉଥିବା ଦୁଇଜଣ ବ୍ୟକ୍ତି ସକାଳ ପ୍ରାୟ ୬ଟାରେ ତାଙ୍କ ଘରୁ ନବ ଶକ୍ତି ଅଖାଡା ଯାଉଥିବାବେଳେ ତାଙ୍କ ରାସ୍ତା ଅବରୋଧ କରିଥିଲେ । ଏହା ପରେ ପୋଲିସ ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତ ଏବଂ କୁସ୍ତିଯୋଦ୍ଧାମାନଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା ଏବଂ କିଛି ସମୟ ପରେ ଉଭୟ ବାଇକରେ ସେମାନଙ୍କ ସାଥୀଙ୍କ ସହ ଅଖାଡାରେ ପହଞ୍ଚି ଲୋକେଶ ଏବଂ ଅନ୍ୟ କୁସ୍ତିଯୋଦ୍ଧାମାନଙ୍କୁ ବାଡ଼ିରେ ପିଟିଥିଲେ । ଯାହା ଫଳରେ ସେମାନେ ଆହତ ହୋଇଥିଲେ ।

ତେବେ ଏହାପୂର୍ବରୁ ରବିବାର ସକାଳେ ଗୁରୁଗ୍ରାମର ଏକ ମଲରେ ମଦ୍ୟପାନ କରି ଜଣେ ଆକ୍ରମଣକାରୀ ଯୁବକଙ୍କୁ ଗୁଳି ଚଳାଇଥିଲା । ଏହି ଘଟଣାରେ ଯୁବକଙ୍କୁ ଜଙ୍ଘରେ ଗୁଳି ବାଜିବା ଯୋଗୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ଏଥିପାଇଁ ପୋଲିସ କହିଛି ଯେ, ଖସି ପଳାଇବାରେ ସଫଳ ହୋଇଥିବା ଅଭିଯୁକ୍ତଙ୍କ ବିରୋଧରେ ଏଫଆଇଆର ଦାଖଲ ହୋଇଥିଲା । ପରେ ସେହି ଯୁବକ ରାଜସ୍ଥାନର ମୋହିତ ବୋଲି ଜଣା ପଡିଥିଲା, ଯିଏକି କିଛି ଦିନ ପୂର୍ବରୁ ତାଙ୍କ ଭାଇଙ୍କୁ ଭେଟିବାକୁ ଦିଲ୍ଲୀ ଆସିଥିଲେ । ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବାନୁସାରେ, ରବିବାର ସକାଳ ପ୍ରାୟ ୬ଟା ବେଳେ ଏମଜି ରୋଡରେ ଥିବା ଡିଟି ସିଟି ସେଣ୍ଟର୍ ମଲରେ ଏହି ଘଟଣା ଘଟିଥିଲା । ଏବେ ପୁଣି ସେହିପରି ଏକ ଘଟଣା ଘଟିଛି । ଏହା ସହ ପୋଲିସ୍‌ ଏବେ ଏହି ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.