ରାହୁଲଙ୍କ ଠାରୁ ଜବରଦସ୍ତି ବ୍ୟାଟ ଛଡେଇଲେ ଚହଲ, ତା’ ପରେ ଚହଲଙ୍କ ଚୁଟି ଧରିପକାଇଲେ ରାହୁଲ: ଭିଡିଓ ଭାଇରଲ

ମୋହିତ ଶର୍ମା, ସନ୍ଦୀପ ଶର୍ମା ଏବଂ ରାହୁଲ ତେଓ୍ଵାତିଆ ପରସ୍ପର ମଧ୍ୟରେ କଥା ହେଉଥିଲେ । ଏହାପରେ ଚହଲ ଏଣ୍ଟ୍ରି ମାରୁଛନ୍ତି । ଚହଲ ଆସିବା ମାତ୍ରେ ରାହୁଲଙ୍କ ବ୍ୟାଟ କାଢି ବୁଲାଇବାକୁ ଲାଗିଛନ୍ତି । ଚହଲଙ୍କ ଏପରି ହରକତ ଦେଖି ରାହୁଲ ଚିଢି ଚହଲଙ୍କ ଚୁଟି ଧରିପକାଉଛନ୍ତି ।

ଆଇପିଏଲ୍‌ ୨୦୨୪ର ୨୪ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯିବ । ଏହି ମ୍ୟାଚର ଅଭ୍ୟାସ ବେଳର ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଯୁଜବେନ୍ଦ୍ର ଚହଲ ଗୁଜରାଟ ଟାଇଟନ୍ସର ଖେଳାଳିଙ୍କ ସହିତ ଅଜବ ହରକତ କରୁଥିବାର ନଜର ଆସିଛନ୍ତି । ଯେଉଁଥିରେ ଗୁଜରାଟ ଟାଇଟନ୍ସର ଖେଳାଳି ଯୁଜବେନ୍ଦ୍ର ଚହଲଙ୍କ ଚୁଟି ଭିଡୁଛନ୍ତି । ଆଉ ଏହାପରେ ଚହଲ ଯାହା କରୁଛନ୍ତି, ତାହା ଭିଡିଓରେ ଦେଖିବାକୁ ମିଳିଛି ।

ତେବେେ କେବେ ଯଦି କିଏ ଆପଣଙ୍କୁ ହଇରାଣ କରିବ, ଆପଣ କ’ଣ କରିବେ । ରାହୁଲ ମଧ୍ୟ ଠିକ୍‌ ସେପରି କରିଛନ୍ତି । ମୋହିତ ଶର୍ମା, ସନ୍ଦୀପ ଶର୍ମା ଏବଂ ରାହୁଲ ତେଓ୍ଵାତିଆ ପରସ୍ପର ମଧ୍ୟରେ କଥା ହେଉଥିଲେ । ଏହାପରେ ଚହଲ ଏଣ୍ଟ୍ରି ମାରୁଛନ୍ତି । ଚହଲ ଆସିବା ମାତ୍ରେ ରାହୁଲଙ୍କ ବ୍ୟାଟ କାଢି ବୁଲାଇବାକୁ ଲାଗିଛନ୍ତି । ଚହଲଙ୍କ ଏପରି ହରକତ ଦେଖି ରାହୁଲ ଚିଢି ଚହଲଙ୍କ ଚୁଟି ଧରିପକାଉଛନ୍ତି । ତା’ ପରେ ସମସ୍ତେ ମିଶି ହସୁଛନ୍ତି । ଯାହାର ଭିଡିଓ ଭାଇରଲ ହେଉଛି ।

ଏହି ମଜାଳିଆ ଭିଡିଓକୁ ଗୁଜରାଟ ଟାଇଟନ୍ସ ସୋସିଆଲ ମିଡିଆ ପେଜରେ ସେୟାର କରିଛି । ଏହାକୁ ଦେଖି ଫ୍ୟାନ୍ସ କମେଣ୍ଟ ମଧ୍ୟ କରୁଛନ୍ତି ।

ଦେଖନ୍ତୁ ଭିଡିଓ :rr vs gt

ସୂଚନାଯୋଗ୍ୟ, ଆଜି ଆଇପିଏଲର ୨୪ ତମ ମ୍ୟାଚ ରାଜସ୍ଥାନ ରୟାଲ୍‌୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯିବ । ଜୟପୁରର ସବାଇ ମାନସିଂ ଷ୍ଟାଡିୟମରେ ସନ୍ଧ୍ୟା ୭.୩୦ ରେ ମ୍ୟାଚ ଆରମ୍ଭ ହେବ । ଏହା ରାଜସ୍ଥାନ ରୟାଲ୍ସର ୫ମ ମ୍ୟାଚ ହୋଇଥିବା ଗୁଜରାଟର ୬ତମ ମ୍ୟାଚ । ପଏଣ୍ଟ ଟେବୁଲରେ ରାଜସ୍ଥାନ ୮ରେ ରହିଥିବା ବେଳେ ପ୍ରଥମ ସ୍ଥାନରେ ରହିଛି । ସେହିପରି ଗୁଜରାଟ ୪ ପଏଣ୍ଟ ସହିତ ୭ ନଂ ସ୍ଥାନରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.