Below header

ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀ କଲେ ହୋମଯଜ୍ଞ, ଯୋଗ ଦେଇଥିଲେ ଜଗୁନିଙ୍କ ସହ ପୁରୀ ବ୍ରାହ୍ମଣ

ପୁରୀ (କେନ୍ୟୁଜ୍‌): ଆଗକୁ ପଶ୍ଚିମବଙ୍ଗ ନିର୍ବାଚନ l ସେଠି ବିଜେପି ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ ଘମାଘୋଟ ଲଢ଼େଇର ସୂଚନା ମିଳି ସାରିଲାଣି । ତେବେ ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘରେ ପୂଜାପାଠ କରାଇଛନ୍ତି । ଏଥିପାଇଁ ସେ ପୁରୀରୁ ଡକାଇଥିଲେ ଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗୁନି ଓରଫ ଜଗନ୍ନାଥ ସ୍ୱାଇଁ ମହାପାତ୍ରଙ୍କୁ l ତେବେ ମମତା ବାନାର୍ଜୀ ଜଣେ ଜଗନ୍ନାଥଙ୍କ ବଡ଼ ଭକ୍ତ ଏବଂ ସେ ସବୁବେଳେ ପୁରୀ ସହିତ ସମ୍ପର୍କ ରଖିଥାନ୍ତି ।

JAGUNI

ଜଗନ୍ନାଥ ମହାପ୍ରଭୁଙ୍କ ଉପରେ ତାଙ୍କର ଅତୁଟ ବିଶ୍ୱାସ ରହିଛି ବୋଲି ଜଗୁନି କହିଛନ୍ତି । ଆଗାମୀ ନିର୍ବାଚନ ଖୁବ୍‌ ଶାନ୍ତିପୂର୍ଣ୍ଣ ଭାବେ ହେଉ ବୋଲି ଏହି ଯଜ୍ଞ କରାଯାଇଥିବା ଜଗୁନି କହିଛନ୍ତି । ଏହି ଯଜ୍ଞରେ ଜଗୁନିଙ୍କ ସହ ଅନ୍ୟ ୭ ଜଣ ବ୍ରାହ୍ମଣ କୋଲକାତା ଯାଇ ଏଥିରେ ଯୋଗ ଦେଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.