କେଦାରନାଥ ଓ ବଦ୍ରିନାଥରେ ପ୍ରବଳ ବରଫପାତ ପରେ ବଦଳିଲା ପାଣିପାଗ, ଦେଖନ୍ତୁ ମନମୋହକ ଦୃଶ୍ୟ
ଭାରତବର୍ଷର ସବୁ ରାଜ୍ୟରେ ଏବେ ଅଲଗା ଅଲଗା ପାଣିପାଗ ରହିଛି। ଗୋଟେ ପଟେ ଉତ୍ତର ଭାରତର କେତେକ ରାଜ୍ୟରେ ନିଆଁ ବର୍ଷା ହେଉଥିବା ବେଳେ ଅନ୍ୟପଟେ ଉତ୍ତରାଖଣ୍ଡରେ ପାଣିପାଗ ବଦଳିଛି। ଭାରି ବରଫପାତ ଯୋଗୁ ବଦ୍ରିନାଥ ଧାମର ପରିବେଶ ବେଶ୍ ଆକର୍ଷଣୀୟ ଲାଗୁଛି। ସୂର୍ଯ୍ୟଙ୍କ ଝାପ୍ସା କିରଣ ସହ ଭଗବାନ ବଦ୍ରିନାଥଙ୍କ ମୁଖ୍ୟ ମନ୍ଦିର ରୂପା ଭଳି ଝଟ୍କୁଛି।
ମିଳିଥିବା ସୂଚନାନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ଅଚାନକ କେଦାରନାଥ ଓ ବଦ୍ରିନାଥ ଧାମରେ ପ୍ରବଳ ବରଫପାତ ହୋଇଥିଲା। ଫଳରେ ତଳିଆ ଅଞ୍ଚଳରେ ଥଣ୍ଡା ବଢ଼ିଯାଇଥିଲା। ପାଣିପାଗ ବିଭାଗ ପାହାଡ଼ରେ ପାଗ ପରିବର୍ତ୍ତନ ନେଇ ଆଗୁଆ ସତର୍କ କରିଥିଲା। ସେହିପରି ଜମ୍ମୁ-କଶ୍ମୀର, ଲଦାଖ, ଗିଲଗିଟ୍-ବଲ୍ଟିସ୍ତାନ, ମୁଜଫରାବାଦ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡର ଭିନ୍ନ ଭିନ୍ନ ସ୍ଥାନରେ ବିଜୁଳି ଓ ଘନଘଡ଼ି ନେଇ ସତର୍କ କରିଥିଲା।
#WATCH I Uttarakhand: Badrinath in the Chamoli district received snowfall today. pic.twitter.com/IRzfGWZPb4
— ANI (@ANI) February 27, 2021
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଞ୍ଜାବ, ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ନାଗାଲାଣ୍ଡ, କେରଳ ଓ ମାହେର କେତେକ ସ୍ଥାନରେ ଝଡ଼ ତୋଫାନ ସହ ପ୍ରବଳ ବର୍ଷା ନେଇ ଅନୁମାନ କରାଯାଇଛି। ପଞ୍ଜାବ, ହରିୟାଣା, ଚଣ୍ଡୀଗଡ଼, ଦିଲ୍ଲୀ, ରାଜସ୍ଥାନ, ପଶ୍ଚିମ ମଧ୍ୟ-ପ୍ରଦେଶର ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ୫.୧ ଡିଗ୍ରୀ ସେଲ୍ସିୟସ୍ କିମ୍ବା ତା’ଠାରୁ କମ୍ ରହିଥିଲା।