ମା’ଙ୍କ ଠାରୁ ଚପଲ ମାଡ଼ ଖାଇଲେ ନୋରା ଫତେହି, ଜାଣିବା ପାଇଁ ଦେଖନ୍ତୁ ଏହି ମଜାଦାର ଭିଡିଓ

ବଲିଉଡ ଆକ୍ଟ୍ରେସ ତଥା ବେଲି ଡ୍ୟାନ୍ସର ନୋରା ଫତେହିଙ୍କ ଜଲୱାରେ ପ୍ରାୟ ସମସ୍ତେ ଦିୱାନା । ସୋସିଆଲ ମିଡିଆରେ ବି ଖୁବ ଆକ୍ଟିଭ ରୁହନ୍ତି ଏହି ଚୁଲବୁଲି ଅଭିନେତ୍ରୀ ଜଣଙ୍କ । ବିଭିନ୍ନ ସମୟରେ ସେ ସେୟାର କରୁଥିବା ଡ୍ୟାନ୍ସ ତଥା ପୋଜ ଗୁଡିକ ଖୁବ ଭାଇରାଲ ହେବା ସହ ଫ୍ୟାନ୍ସ ମାନେ ବି ଏହାକୁ ଖୁବ ପସନ୍ଦ କରନ୍ତି । କିନ୍ତୁ ଜାଣନ୍ତିକି ଏହି ଡ୍ୟାନ୍ସ ପାଇଁ ହିଁ ନୋରାଙ୍କୁ ଚପଲ ମାଡ଼ ପଡିଛି । ସେ ପୁଣି ତାଙ୍କ ମା’ଙ୍କ ଠାରୁ । ଆଉ ଏନେଇ ଏକ ଭିଡିଓ ନିଜେ ନୋରା ହିଁ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ତେବେ ଏହି କେତେ ଦୂର ସତ କେତେ ମିଛ ଆପଣ ପୁରା ଖବର ପଢିଲେ ଜାଣି ପାରିବେ ।

 

View this post on Instagram

 

A post shared by Nora Fatehi (@norafatehi)

ପ୍ରକୃତରେ ନୋରା ସେୟାର କରିଥିବା ଏହି ଭିଡିଓ ଟିରେ ସେ ନିଜେ ମା’ ଓ ଝିଅ ଭୂମିକାରେ ଅଭିନୟ କରିଥିବା ନଜର ଆସିଛନ୍ତି । ଆପଣ ଯଦି ସମ୍ପୂର୍ଣ୍ଣ ଭିଡିଓଟିକୁ ଦେଖିବେ ତେବେ ଜାଣି ପାରିବେ ଡ୍ୟାନ୍ସ ପ୍ରେମରେ ଏକ ପ୍ରକାର ପାଗଳ ଝିଅ । ନିଜ ରୁମରେ ଖୁବ ଅଧିକ ଭଲ୍ୟୁମରେ ଡ୍ୟାନ୍ସ କରୁଛି ଝିଅ । ଏହା ଶୁଣି ରୋଷେଇ ଘରେ କାମ କରୁଥିବା ମା’ ଜଣଙ୍କ ବ୍ୟତିବ୍ୟସ୍ତ ହୋଇପଡୁଛନ୍ତି । ଆଉ ଖୁବ ଜୋରସେ ରାଗି ଯାଇ ଝିଅ ଉପରେ ଚପଲ ମାଡ଼ କରୁଛନ୍ତି । ଯଦି ଧ୍ୟାନର ସହ ଦେଖିବେ ତ ଜାଣିବେ ଯେ ଉଭୟ ମା’, ଝିଅ ଜଣେ । ଉଭୟ ଭୂମିକାରେ ନୋରା ହିଁ ଅଭିନୟ କରିଛନ୍ତି । ନୋରାଙ୍କ ଏହି ଫନି ବା ମଜାଦାର ଭିଡିଓଟିକୁ ତାଙ୍କ ଫ୍ୟାନ୍ସ ମାନେ ଖୁବ ପସନ୍ଦ କରିଛନ୍ତି ।

କହିରଖିବା ଉଚିତ ହେବ କି ନୋରାଙ୍କ ପିଲା ବେଳ ବି ଠିକ ଏମିତି ହିଁ ବିତିଥିଲା । ଛୋଟ ବେଳରୁ ହିଁ ଡ୍ୟାନ୍ସ କରିବାରେ ତାଙ୍କର ବିଶେଷ ଶୌକ ଥିବାରୁ ଅନେକ ସମୟରେ ଘର ଲୋକେ ଗାଳି ଦେଉଥିଲେ। କିନ୍ତୁ ଏହା ପରେ ବି ପଛ ଘୁଞ୍ଚା ଦେଇ ନଥିଲେ ନୋରା। ଅନେକ ସମୟରେ ତାଙ୍କୁ ଘର ଲୋକଙ୍କ ଠାରୁ ଲୁଚି ଲୁଚି ଡ୍ୟାନ୍ସ କରିବାକୁ ପଡୁଥିଲା । ଏତେ କଷ୍ଟର ସାମ୍ନା କରିବା ପରେ ବି ଆଜି ସଫଳତାର ଶୀର୍ଷ ଛୁଇଁବା ସହ ବଲିଉଡରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.