ତୃଣ ମୂଳ କଂଗ୍ରେସରେ ଯୋଗଦେଲେ ପୂର୍ବତନ ବରିଷ୍ଠ ବିଜେପି ନେତା ଯଶବନ୍ତ ସିହ୍ନା

ନୂଆଦିଲ୍ଲୀ :  ପୂର୍ବତନ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିହ୍ନା ଆଜି (ଶନିବାର) ତୃଣ ମୂଳ କଂଗ୍ରେସ (ଟିଏମ୍‌ସି)ରେ ଯୋଗ ଦେଇଛନ୍ତି । ରାଜ୍ୟ ସଭା ସାଂସଦ ଡେରେକ୍‌ ଓ’ବ୍ରେନ୍‌ ଏବଂ ସାନ୍ତନୁ ସେନ୍‌ ଙ୍କ ଉପସ୍ଥିତିରେ ସେ ଟିଏମ୍‌ସିରେ ଯୋଗ ଦେଇଛନ୍ତି । ମାର୍ଚ୍ଚ ୨୭ରେ ଆରମ୍ଭ ହେବାକୁ ଯାଉଥିବା ପଶ୍ଚିମ ବଙ୍ଗ ନିର୍ବାଚନ ପରିପ୍ରେକ୍ଷୀରେ ରାଜନୀତିରେ ଏପରି ପରିବର୍ତ୍ତନ ଦେଖାଦେଇଛି ।

ତେବେ ତାଙ୍କର ଏହି ଯୋଗଦାନ ସମ୍ପର୍କରେ ଶ୍ରୀ ସିହ୍ନା କହିଛନ୍ତି ‘ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଗତ ୧୦ ତାରିଖ ଆକ୍ରମଣ ଦେଖି ମୁଁ ଟିଏମ୍‌ସି ରେ ଯୋଗ ଦେଇଛି ।’ ଅଟଳଜୀଙ୍କ ସମୟ ଓ ଏବେକାର ରାଜନୀତିରେ ଆକାଶ-ପାତାଳ ପ୍ରଭେଦ ରହିଛି । ଅଟଳଜୀ ସମସ୍ତଙ୍କୁ ନେଇ ରାଜନୀତି କରିବାକୁ ବିଶ୍ୱାସ କରୁଥିଲେ । ହେଲେ ଏବେର ସରକାର ବଳପ୍ରୟୋଗ କରି ବିଜୟ କରିବାରେ ବିଶ୍ୱାସ କରନ୍ତି ବୋଲି ଶ୍ରୀ ସିହ୍ନା କହିଥିଲେ ।

ପ୍ରକାଶଯୋଗ୍ୟ ଯେ ଶ୍ରୀ ସିହ୍ନା ଅଟଳ ବିହାରି ବାଜପେୟୀଙ୍କ ସରକାରରେ ଅର୍ଥ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବେ ରହିଆସିଛନ୍ତି । ସେ ୨ ବର୍ଷ ତଳେ ବିଜେପି ଛାଡି ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.