Below header

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ, ୧୮୦ ଦେଶ ସହ ମିଶି ଯୋଗାସନ କରିବେ ମୋଦି

ଯୋଗ ମୁଦ୍ରାରେ ସାରା ବିଶ୍ୱ। ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ୨୦୧୫ ମସିହାରୁ ଜୁନ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରୁଛି ବିଶ୍ୱ। ଜୁନ ୨୧କୁ ଯୋଗ ଦିବସ ଭାବେ ପାଳନ କରିବାକୁ ୨୦୧୪ରେ ଜାତିସଂଘରେ ପ୍ରସ୍ତାବ ରଖିଥିଲେ ମୋଦି।

ନୂଆଦିଲ୍ଲୀ : ଯୋଗ ମୁଦ୍ରାରେ ସାରା ବିଶ୍ୱ। ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ସାତ ସମୁଦ୍ର ଡେଇଁ ସାରା ବିଶ୍ୱକୁ ବ୍ୟାପ୍ତ ହୋଇଛି ଭାରତର ଏହି ପାରମ୍ପରିକ ବିଦ୍ୟା। ଶରୀର ଓ ମନକୁ ସୁସ୍ଥ ଏବଂ ନିରୋଗ ରଖିବାର ଏହି ମାଧ୍ୟମକୁ ୨୦୧୫ରେ ମିଳିଥିଲା ଆନ୍ତର୍ଜାତିକ ସ୍ୱୀକୃତି। ଏବେ ପ୍ରାଚ୍ୟରୁ ପାଶ୍ଚ୍ୟା ପର୍ଯ୍ୟନ୍ତ ସାରା ବିଶ୍ୱ ଯୋଗ ଶିକ୍ଷା କରୁଛି। ୨୦୧୫ ମସିହାରୁ ଜୁନ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରୁଛି ବିଶ୍ୱ। ଜୁନ ୨୧କୁ ଯୋଗ ଦିବସ ଭାବେ ପାଳନ କରିବାକୁ ୨୦୧୪ରେ ଜାତିସଂଘରେ ପ୍ରସ୍ତାବ ରଖିଥିଲେ ମୋଦି।

ପରେ ବିନା ଭୋଟରେ ଜାତିସଂଘ ଏହାକୁ ସ୍ୱୀକୃତି ଦେଇଥିଲା। ସଂଯୋଗ କ୍ରମେ ଜୁନ ୨୧ ହେଉଛି ଉତ୍ତର ଗୋଲାର୍ଦ୍ଧରେ ସବୁଠୁ ଲମ୍ବା ଦିନ। ଚଳିତ ବର୍ଷ ନବମ ଯୋଗ ଦିବସ ପାଳିତ ହେଉଛି। ଏଥର ଜାତିସଂଘ ମୁଖ୍ୟାଳୟରେ ଯୋଗ ଦିବସ ପାଳନର ନେତୃତ୍ୱ ନେବେ ନରେନ୍ଦ୍ର ମୋଦି। ଚଳିତ ବର୍ଷ ଯୋଗ ଦିବସର ଥିମ ରହିଛି ‘ଯୋଗ ଫର ବସୁଧୈବ କୁଟୁମ୍ବକମ୍‌’। ଅର୍ଥାତ ଗୋଟିଏ ପୃଥିବୀ, ଗୋଟିଏ ପରିବାର ଓ ଗୋଟିଏ ବିଶ୍ୱ। ଯୋଗାଭ୍ୟାସର ଲାଭ ସଂପର୍କରେ ସାରା ବିଶ୍ୱରେ ସଚେତନତା ସୃଷ୍ଟି କରିବାକୁ ବିଶ୍ୱ ଯୋଗ ଦିବସ ପାଳନ କରାଯାଉଛି। ଏବେ ୧୮୦ ଦେଶ ଯୋଗ ଦିବସ ପାଳନ କରୁଛନ୍ତି। ଆଜି ଯୋଗଦିବସରେ ସାରା ଭାରତ ଯୋଗମୁଦ୍ରାରେ। ଗାଁରୁ ସହର ସବୁଠି ଯୋଗ ଦିବସ ପାଳନ କରାଯାଉଛି । ସମୁଦ୍ରରେ, ଆକାଶରେ ଓ ପର୍ବତ ଶିଖରରେ ମଧ୍ୟ ଯୋଗ ଦିବସ ପାଳିତ ହେଉଛି। ଯିଏ ଯେଉଁଠି ଅଛନ୍ତି ଯୋଗ ଦିବସ ପାଳନ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.