ଯୋଗୀ ସରକାର କରୋନା ଟେଷ୍ଟ ପାଇଁ ନିର୍ଦ୍ଧାରିତ କଲେ ଫିସ, ଏହାସହିତ କଲେ ଏହି ବଡ଼ ଘୋଷଣା

ଉତ୍ତର ପ୍ରଦେଶର ଯୋଗୀ ସରକାର ଘରୋଇ ପାଥୋଲୋଜି ଲ୍ୟାବରେ କରୋନା ଯାଞ୍ଚକୁ ନେଇ କେତେକ ନିର୍ଦ୍ଦେଶ ଜାରି କରିଛନ୍ତି। ନୂଆ ନିର୍ଦ୍ଦେଶ ମୁତାବକ, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦୁଇଟି ପର୍ଯ୍ୟାୟରେ ହେଉଥିବା କରୋନା ଯାଞ୍ଚ ପାଇଁ ଫିସ ନିର୍ଦ୍ଧାରିତ କରିଦେଇଛି।

ବିଭାଗ ଦ୍ଵାରା ଜାରି ସରକୁଲାର ଅନୁସାରେ, ICMRରୁ ଅନୁମତିପ୍ରାପ୍ତ ପାଥୋଲୋଜି ଲ୍ୟାବ ଏକକ ପର୍ଯ୍ୟାୟରେ ଯାଞ୍ଚ ପାଇଁ ଅତିବେଶିରେ 2500 ଟଙ୍କା ନେଇପାରିବେ। ସେହିପରି ଦୁଇଟି ପର୍ଯ୍ୟାୟରେ ସ୍କ୍ରିନିଂ ପାଇଁ 1500 ଟଙ୍କା ଏବଂ ଦ୍ୱିତୀୟ ପର୍ଯ୍ୟାୟ ପାଇଁ 3000 ଟଙ୍କାର ଫିସ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଧାରିତ କରିଛି।

2

ଏହାଛଡ଼ା ଘରୋଇ ଲାବୋରେଟୋରୀଗୁଡିକରେ ଗୁଣବତ୍ତା ମନିଟରିଂର ଯାଞ୍ଚ କରେଇବା ମଧ୍ୟ ଏବେ ସମ୍ଭବ ହୋଇଯାଇଛି। ତେବେ ଯାଞ୍ଚ ରିପୋର୍ଟ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ ପୋର୍ଟାଲରେ ଦାଖଲ କରିବା ସହିତ ମୁଖ୍ୟ ଚିକିତ୍ସା ଅଧିକାରୀ(ସିଏମଓ)ଙ୍କୁ ବି ଦେବାକୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.