ରୁଷର ବର୍ବରତା, ମିସାଇଲ ମାଡ଼ରେ ୫୦ ନିରୀହ ଜନତାଙ୍କ ମୃତ୍ୟୁ

ରୁଷର ବର୍ବରତା । ୫୦ ନିରୀହ ଜନତାଙ୍କୁ ମୃତ୍ୟୁର ଶଯ୍ୟାରେ ଶୁଆଇ ଦେଇଛି ରୁଷ ସେନା। ଖାରକିଭରେ ରୁଷ ସେନାର ଅମାନୁଷିକ ଆକ୍ରମଣ।

ରୁଷର ବର୍ବରତା । ୫୦ ନିରୀହ ଜନତାଙ୍କୁ ମୃତ୍ୟୁର ଶଯ୍ୟାରେ ଶୁଆଇ ଦେଇଛି ରୁଷ ସେନା। ଖାରକିଭରେ ରୁଷ ସେନାର ଅମାନୁଷିକ ଆକ୍ରମଣ। କୁପିଆନସ୍କ ଜିଲ୍ଲାର ଏକ ଗାଁରେ ଥିବା ଗୋଟିଏ ଗ୍ରୋସରୀ ଷ୍ଟୋର ଉପରେ ମିସାଇଲ ମାଡ଼ କରିଛି ରୁଷ ସେନା। ଏଥିରେ ୪୯ ଲୋକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ଭିତରେ ଜଣେ ୬ ବର୍ଷର ଶିଶୁ ଅଛି।

ଶିଶୁଟିକୁ ଧ୍ବଂସାବଶେଷ ତଳୁ ଉଦ୍ଧାର କରାଯାଇଛି। ଆକ୍ରମଣରେ ୬ ଜଣ ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଆଶଂକା ରହିଛି। ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭରୁ ନିରୀହ ଜନତାଙ୍କ ଜୀବନ ନେଉଛି ରୁଷ ସେନା। ଅତୀତରେ ୟୁକ୍ରେନର କେତେକ ସହରରେ ରୁଷ ସେନା ଗଣହତ୍ୟା କରିଛି। କିଛି ଦିନର ବ୍ୟବଧାନ ପରେ ପୁଣି ଏଭଳି ବର୍ବରତା ଦେଖାଇଛି ରୁଷ ସେନା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.