ପତ୍ନୀ ବିଦେଶୀ… Zomato ସିଇଓ ଦୀପିନ୍ଦର ଗୋଏଲ କଲେ ଦ୍ୱିତୀୟ ବିବାହ
ଫୁଡ୍ ଡେଲିଭରୀ ଆପ୍ Zomatoର ଫାଉଣ୍ଡର ତଥା ସିଇଓ ଦୀପିନ୍ଦର ଗୋଏଲ ଦ୍ୱିତୀୟ ବିବାହ କରିଛନ୍ତି । ସେ ମେକ୍ସିକାନ୍ ମଡେଲ ଗ୍ରେସିଆ ମୁନୋଜଙ୍କୁ ବିବାହ କରିଛନ୍ତି ।

ଫୁଡ୍ ଡେଲିଭରୀ ଆପ୍ Zomatoର ଫାଉଣ୍ଡର ତଥା ସିଇଓ ଦୀପିନ୍ଦର ଗୋଏଲ ଦ୍ୱିତୀୟ ବିବାହ କରିଛନ୍ତି । ସେ ମେକ୍ସିକାନ୍ ମଡେଲ ଗ୍ରେସିଆ ମୁନୋଜଙ୍କୁ ବିବାହ କରିଛନ୍ତି । ଦୀପିନ୍ଦର ଓ ମୁନୋଜ ଫେବୃୟାରୀରେ ହନିମୁନରୁ ଘରକୁ ଫେରିଛନ୍ତି ।
ରିପୋର୍ଟ ଅନୁଯାୟୀ, ଦୁହିଁଙ୍କ ବିବାହ ଗୋଟିଏ ମାସ ପୂର୍ବରୁ ହିଁ ହୋଇଥିଲା । ମୁନୋଜଙ୍କ ଇନ୍ଷ୍ଟାଗ୍ରାମ ବାୟୋରୁ ମଧ୍ୟ ସେମାନଙ୍କ ବିବାହ ବିଷୟରେ ଖୁଲାସା ହୋଇଛି । ସେ ନିଜ ବାୟୋରେ ଲେଖିଛନ୍ତି ଯେ ତାଙ୍କର ଜନ୍ମ ମେକ୍ସିକୋରେ ହୋଇଥିଲା ଏବଂ ବର୍ତ୍ତମାନ ସେ ଭାରତରେ ନିଜ ଘରେ ଅଛନ୍ତି ।
Zomato ସିଇଓ ଦୀପିନ୍ଦରଙ୍କ ପ୍ରଥମ ବିବାହ କାଞ୍ଚନ ଜୋଶୀଙ୍କ ସହ ହୋଇଥିଲା । ଆଇଆଇଟି-ଦିଲ୍ଲୀରେ ପଢ଼ୁଥିବା ବେଳେ କାଞ୍ଚନଙ୍କ ସହ ତାଙ୍କର ପରିଚୟ ହୋଇଥିଲା ।
ତେବେ ବିବାହ ପୂର୍ବରୁ ମୁନୋଜ ଜାନୁୟାରୀରେ ଦିଲ୍ଲୀ ଆସିଥିଲେ । ସେ ନିଜର ଇନ୍ଷ୍ଟା ପୋଷ୍ଟରେ ମଧ୍ୟ ଦିଲ୍ଲୀ ଯାତ୍ରାର କିଛି ଫଟୋ ସେୟାର କରିଛନ୍ତି । ପୋଷ୍ଟରେ ସେ କ୍ୟାପସନ ଲେଖିଛନ୍ତି ଯେ ‘ମୋ ନୂଆ ଘରେ ମୋ ନୂଆ ଜୀବନର ଝଲକ୍’ । ଏଥିରେ ସେ ଲାଲ୍କିଲ୍ଲା ଭଳି କିଛି ସ୍ଥାନ ଯାତ୍ରା କରୁଥିବାର ଦେଖାଯାଉଛି ।
ଦୀପିନ୍ଦର ଗୋଏଲଙ୍କ ଦ୍ୱିତୀୟ ପତ୍ନୀଙ୍କ ଇନ୍ଷ୍ଟାଗ୍ରାମ ବାୟୋ ଅନୁସାରେ, ସେ ୨୦୨୨ରେ ଆମେରିକାର ମେଟ୍ରୋପଲିଟାନ୍ ଫ୍ୟାସନ ଓ୍ଵିକ୍ର ବିଜେତା ରହିଛନ୍ତି । ମୁନୋଜ ମଡେଲ ହେବା ସହିତ ନିଜ ଷ୍ଟାର୍ଟଅପ୍ କମ୍ପାନୀରେ କାମ କରୁଛନ୍ତି, ଯାହାକି ବିଳାସପୂର୍ଣ୍ଣ ଉପଭୋକ୍ତା ଉତ୍ପାଦର କାରବାର କରିଥାଏ ।