ଭାରତରେ ଏକବିଂଶ ଶତାବ୍ଦୀର ପୁଷ୍ପକ ବିମାନ, ସଫଳତାର ସହ ପରୀକ୍ଷା କଲା ଇସ୍ରୋ

ଭାରତର ଏକବିଂଶ ଶତାବ୍ଦୀର ପୁଷ୍ପକ ବିମାନ। ସଫଳତାର ସହ ପରୀକ୍ଷା କଲା ଇସ୍ରୋ। ଏହି ସଫଳତା ପୁନଃ ବ୍ୟବହାର ଯୋଗ୍ୟ ରକେଟ୍ କ୍ଷେତ୍ରରେ ଭାରତର ପ୍ରବେଶ ଉଦ୍ୟମର ଏକ ମାଇଲଖୁଣ୍ଟ ବୋଲି କୁହାଯାଉଛି।

ନୂଆଦିଲ୍ଲୀ : ଭାରତର ଏକବିଂଶ ଶତାବ୍ଦୀର ପୁଷ୍ପକ ବିମାନ। ସଫଳତାର ସହ ପରୀକ୍ଷା କଲା ଇସ୍ରୋ। ଏହି ସଫଳତା ପୁନଃ ବ୍ୟବହାର ଯୋଗ୍ୟ ରକେଟ୍ କ୍ଷେତ୍ରରେ ଭାରତର ପ୍ରବେଶ ଉଦ୍ୟମର ଏକ ମାଇଲଖୁଣ୍ଟ ବୋଲି କୁହାଯାଉଛି। ପରୀକ୍ଷାର ଫଳାଫଳକୁ ବେଶ ଚମତ୍କାର ବୋଲି କହିଛନ୍ତି ଇସ୍ରୋ ମୁଖ୍ୟ । ପୁଷ୍ପକ ବିମାନ ଏକ ଡେଣା ଲାଗିଥିବା ରକେଟ୍।

ଏହାକୁ ଏୟାରଫୋର୍ସ ହେଲିକପ୍ଟରରୁ ପରୀକ୍ଷା କରାଯାଇଥିଲା। ଭୂପୃଷ୍ଠର ୪ କିଲୋମିଟର ଉଚ୍ଚରୁ ହେଲିକପ୍ଟରରୁ ଏହାକୁ ଖସା ଯାଇଥିଲା। ସଫଳତାର ସହ ରନୱେରେ ଲ୍ୟାଣ୍ଡ କରିଥିଲା ଚାଳକବିହୀନ ରକେଟ୍। ଦ୍ରୁତ ବେଗରେ ଆକାଶରୁ ଖସୁଥିଲେ ମଧ୍ୟ ଏହା ସଠିକ ଭାବେ ରନୱେ ନିରୂପଣ କରି ପାରିବ। ପୁଷ୍ପକ ବିମାନର ଏହା ତୃତୀୟ ପରୀକ୍ଷା। ପୁଷ୍ପକ ମୁତୟନ ପାଇଁ ଆଉ କିଛି ବର୍ଷ ଲାଗି ଯିବ ବୋଲି କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.