‘ନିଜର କର୍ମ ଯୋଗୁ ଗିରଫ ହୋଇଛନ୍ତି ଅରବିନ୍ଦ କେଜ୍ରିଓ୍ଵାଲ, ଏବେ ଆଇନ ତା’ କାମ କରିବ’: ଆନ୍ନା ହଜାରେ

ପୂର୍ବରୁ ମଧ୍ୟ ଆନ୍ନା ହଜାରେ ଦିଲ୍ଲୀ ମଦ ନୀତିକୁ ନେଇ ସିଏମ୍‌ କେଜ୍ରିୱାଲଙ୍କୁ କଡ଼ା ଟାର୍ଗେଟ କରିଥିଲେ । କିଛି ବର୍ଷ ତଳେ ସେ କେଜ୍ରିୱାଲଙ୍କୁ ଏକ ଚିଠି ଲେଖିଥିଲେ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ଜଣାଶୁଣା ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି । ଆନ୍ନା ହଜାରେ କହିଛନ୍ତି, ‘ଆମେ ମଦ ବିରୋଧରେ ଥିଲୁ । ଅରବିନ୍ଦ ମଧ୍ୟ ଏଥିରେ ଆମକୁ ସମର୍ଥନ କରିଥିଲେ । ସେ ଯେଉଁ ମଦ ନୀତି ତିଆରି କଲେ, ତାହା ମୋତେ ବହୁତ ଦୁଃଖ ଦେଲା । ମୁଁ ଏଥିପାଇଁ ତାଙ୍କୁ ଚିଠି ମଧ୍ୟ ଲେଖିଥିଲି । ତାଙ୍କର ଗିରଫଦାରୀ ତାଙ୍କ କର୍ମ ଯୋଗୁ ହୋଇଛି । ବର୍ତ୍ତମାନ ଯାହା ହେବ, ଆଇନ ଦେଖିବ’।

କହି ରଖୁଛୁ, ମଦ ନୀତି ଦୁର୍ନୀତି ମାମଲାରେ ଇଡି ଗତକାଲି ସନ୍ଧ୍ୟାରେ ଆମ୍‌ ଆଦ୍‌ମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି । ଏହା ପୂର୍ବରୁ ମଧ୍ୟ ଆନ୍ନା ହଜାରେ ଦିଲ୍ଲୀ ମଦ ନୀତିକୁ ନେଇ କେଜ୍ରିୱାଲଙ୍କୁ କଡ଼ା ଟାର୍ଗେଟ କରିଥିଲେ । କିଛି ବର୍ଷ ତଳେ ସେ ସିଏମ୍‌ କେଜ୍ରିୱାଲଙ୍କୁ ଏକ ଚିଠି ଲେଖିଥିଲେ ।

ଚିଠିରେ ଆନ୍ନା କେଜ୍ରିୱାଲଙ୍କୁ କହିଥିଲେ କି, ସେ ଦିଲ୍ଲୀରେ ମଦ ଦୋକାନଗୁଡ଼ିକୁ ବନ୍ଦ କରି ଦିଅନ୍ତୁ । ଅରବିନ୍ଦ କେଜ୍ରିୱାଲ ସ୍ୱରାଜ ପୁସ୍ତକରେ ଯେଉଁ କଥା କହିଥିଲେ, ତାହାର ପ୍ରଭାବ ତାଙ୍କ ଆଚରଣରେ ଦେଖାଯାଉ ନାହିଁ । ଯେଉଁ ପ୍ରକାର ମଦର ନିଶା ହୋଇଥାଏ, ସେହି ପ୍ରକାର ଶାସନର ମଧ୍ୟ ନିଶା ହୋଇଥାଏ । ଲାଗୁଛି, ଆପଣ ମଧ୍ୟ ଏପରି ଶାସନର ନିଶାରେ ବୁଡ଼ି ଯାଇଛନ୍ତି’ ।

କହି ରଖୁଛୁ, ଦୁର୍ନୀତି ବିରୋଧ ଲଢ଼େଇରେ ଅରବିନ୍ଦ କେଜ୍ରିୱାଲ ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସହଯୋଗୀ ଥିଲେ । ଯଦିଓ ପରେ ଆମ୍ ଆଦମୀ ପାର୍ଟି ଗଠନ କରି କେଜ୍ରିୱାଲ ରାଜନୀତିରେ ପ୍ରବେଶ କରିଥିଲେ ଏବଂ ଦିଲ୍ଲୀରେ ସରକାର ଗଠନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.