ରାଜଧାନୀ ଭୁବନେଶ୍ୱରରୁ ଆଜି ୩୧୬ କରୋନା ଆକ୍ରାନ୍ତ ଚିହ୍ନଟ,୩୨୬ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ରାଜଧାନୀ ଭୁବନେଶ୍ୱରରୁ ଆଜି  ୩୧୬ କରୋନା ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ   ୮୪ ଜଣ କ୍ବାରେଣ୍ଟାଇନ ଓ ୨୩୨ ଜଣ ଲୋକାଲ କଣ୍ଟାକ୍ଟରୁ ଚିହ୍ନଟ ହୋଇଛନ୍ତି ।ସେହିଭଳି ଆଜି ୩୨୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ଟ୍ବିଟ ଯୋଗେ ସୂଚନା ଦେଇଛି ବିଏମସି।

କ୍ବାରେଣ୍ଟାଇନରୁ ଚିହ୍ନଟ ଆକ୍ରାନ୍ତମାନେ ପୂର୍ବ ଆକ୍ରନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଚନ୍ଦ୍ରଶେଖରପୁର, ନୟାପଲ୍ଲୀରୁ ୭-୭ ଜଣ, ପଳାଶୁଣୀରୁ ୬ ଜଣ, ଆଇଆରସି ଭିଲେଜରୁ ୫ ଜଣ, ରସୁଲଗଡ଼, ୟୁନିଟ-୯ରୁ ୪ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିଭଳି  ଲୋକାଲ କଣ୍ଟାକ୍ଟ  କେସରୁ  ବରମୁଣ୍ଡାରୁ ୧୫ ଜଣ, ନୟାପଲ୍ଲୀ, ପଟିଆରୁ ୧୨ ଜଣ ଲେଖାଏଁ, ଡୁମଡୁମାରୁ ୧୦ ଜଣ, ବିଜେବି ନଗରରୁ ୯ ଜଣ, ସତ୍ୟନଗର, ଖଣ୍ଡଗିରିରୁ ୮-୮ ଜଣ, ରସୁଲଗଡ଼, ଆଚାର୍ଯ୍ୟ ବିହାରରୁ ୭-୭ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଜାଗମରା, ଚନ୍ଦ୍ରଶେଖରପୁରରୁ ୬ ଜଣ ଲେଖାଏଁ, ବମିଖାଲ, ସୁନ୍ଦରପଦା ଓ ୟୁନିଟ-୯ରୁ ୪-୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.