ଇଂଲଣ୍ଡ ବିପକ୍ଷରେ ୩୩ ରନରେ ଜିତିଲା ଅଷ୍ଟ୍ରେଲିଆ

ଆଇସିସି ଦିନିକିଆ ବିଶ୍ବକପରରେ ଶନିବାର ଇଂଲଣ୍ଡକୁ ଅଷ୍ଟ୍ରେଲିଆ ୩୩ ରନ୍ରେ ପରାସ୍ତ କରିଛି।

ଅହମଦାବାଦ: ଆଇସିସି ଦିନିକିଆ ବିଶ୍ବକପରରେ ଶନିବାର ଇଂଲଣ୍ଡକୁ ଅଷ୍ଟ୍ରେଲିଆ ୩୩ ରନ୍ରେ ପରାସ୍ତ କରିଛି। ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ୨୮୭ ରନ୍ର ବ୍ୟାଟିଂ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଇଂଲଣ୍ଡ ୪୮.୧ ଓଭରରେ ସମସ୍ତ ୱିକେଟ୍ ହରାଇ ୨୫୩ ରନ୍ରେ ଖେଳ ସମାପ୍ତ କରିଛି ।

ଇଂଲଣ୍ଡର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା। ଜନି ବେୟାରଷ୍ଟୋ ଶୂନରେ ଆଉଟ ହୋଇଥିବା ବେଳେ ଜଏ ରୁଟ୍‌ ମାତ୍ର ୧୯ ରନ୍‌ କରି ଆଉଟ ହୋଇଥିଲେ । ୬୪ଟି ବଲ୍ ରେ ୪ଟି ଚୌକା ଓ ଗୋଟିଏ ଛକାି ସହ ମଲାନ୍ ୫୦ ରନ୍ କରିଥିଲେ।

ବେନ୍ ଷ୍ଟୋକ୍ସ ୯୦ଟି ବଲ୍ ଖେଳି ୨ଟି ଚୌକା ଓ ୩ଟି ଛକା ସହ ୬୪ ରନ୍ କରିଥିଲେ। ସେହିପରି ମୋଇନ୍ ଅଲି ୪୨ ରନ୍ ସଂଗହ କରିଥିଲେ । କ୍ରିସ୍ ୱକ୍ସ ୩୨ ରନ୍, ଡେଭିଡ ୱିଲି ୧୫ ରନ୍ ଓ ଆଦିଲ ରସିଦ ୨୦ ରନ୍ କରିଥିଲେ। ମାର୍କ ଉଡ୍ ଅପରାଜିତ ପାଭିଲିଅନକୁ ଫେରିଥିଲେ।

ଅଷ୍ଟ୍ରେଲିଆ ପାଇଁ ଆଦାମ ଜାମ୍ପା ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ। ଏହି ମୁକାବିଲାରେ ଟସ୍ ଜିଣି ଇଂଲଣ୍ଡ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ପରେ ଅଷ୍ଟ୍ରେଲିଆ ବ୍ୟାଟିଂ କରିଥିଲା। ଅଷ୍ଟ୍ରେଲିଆ ୪୯.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୨୮୬ ରନ୍ କରିଥିଲା।

Leave A Reply

Your email address will not be published.