୪୫ ହଜାର ଟଙ୍କାରୁ ବି କମ୍‌ ଦାମରେ ଆଣନ୍ତୁ ୫୫ ଇଞ୍ଚର ଏହି ଟିଭି, ଫିଚର୍ସ ରହିଛି ବଢ଼ିଆ

ଏହି ଟିଭିଗୁଡ଼ିକୁ ବଢ଼ିଆ ଫିଚର୍ସରେ ଲ୍ୟାସ କରାଯାଇଛି । ତେବେ ଏହାର ଦାମ୍‌ ୪୫ ହଜାର ଟଙ୍କାରୁ ବି କମ୍‌ ରହିଛି । ତେବେ ଆସନ୍ତୁ ଜାଣିବା ୪୫ ହଜାର ଟଙ୍କାରୁ ବି କମ୍‌ ଦାମରେ ଆପଣ କେଉଁ ସବୁ ଟିଭି କିଣିପାରିବେ ।

ଯଦି ଆପଣ ୫୫ ଇଞ୍ଚର ସ୍ମାର୍ଟ ଟିଭି କିଣିବାକୁ ପ୍ଲାନ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ଖୁସି ଖବର । ଏହି ଟିଭିଗୁଡ଼ିକୁ ବଢ଼ିଆ ଫିଚର୍ସରେ ଲ୍ୟାସ କରାଯାଇଛି । ତେବେ ଏହାର ଦାମ୍‌ ୪୫ ହଜାର ଟଙ୍କାରୁ ବି କମ୍‌ ରହିଛି । ତେବେ ଆସନ୍ତୁ ଜାଣିବା ୪୫ ହଜାର ଟଙ୍କାରୁ ବି କମ୍‌ ଦାମରେ ଆପଣ କେଉଁ ସବୁ ଟିଭି କିଣିପାରିବେ ।

ଯଦି ଆପଣ ୫୫ ଇଞ୍ଚର ସ୍ମାର୍ଟ ଟିଭି କିଣିବାକୁ ଚାହୁଁଛନ୍ତି, ତେବେ ଆପଣ LG ର 4K ଅଲଟ୍ରା HD ସ୍ମାର୍ଟ ଏଲଇଡି ଟିଭି (55UR7500PSC) କିଣି ପାରିବେ । ଏହି ଟିଭି 4K ରିଜୋଲ୍ୟୁସନ (3840×2160) ପିକ୍ସେଲ ଏବଂ ୬୦ ରିଫ୍ରେସ୍‌ ରେଟ୍‌ ସହିତ ଆସିଥାଏ । ଟିଭି ବିଲ୍ଡ ଇନ୍‌ ୱାଇ-ଫାଇ ସମତେ ଏଥିରେ ଅନେକ କନେକ୍ଟିଭିଟି ଅପ୍ସନ ରହିଛି । ଏଥିରେ ୟୁଜର ୩ HDMI ଏବଂ ୨ USB ପୋର୍ଟ ପାଇବେ । ଏହାର ମୂଲ୍ୟ ୪୩,୯୯୦ ଟଙ୍କା ରହିଛି ।

Xiaomiର ୫୫ ଇଞ୍ଚ୍ ସ୍ମାର୍ଟ ଟିଭି 4K ରିଜୋଲ୍ୟୁସନ ଏବଂ ୬୦Hz ରିଫ୍ରେସ୍‌ ରେଟ୍‌ ସହିତ ଆସିଥାଏ । ଏଥିରେ ଗୁଗଲ୍ ଟିଭି, ବିଲ୍ଟ-ଇନ୍ କ୍ରୋମକାଷ୍ଟ ଏବଂ ଗୁଗଲ୍ ଆସିଷ୍ଟାଣ୍ଟ ଅଛି । ଏହା ବ୍ୟତୀତ ଏଥିରେ ନେଟଫ୍ଲିକ୍ସ, ପ୍ରାଇମ୍ ଭିଡିଓ ଏବଂ ୟୁଟ୍ୟୁବ୍ ଭଳି ଆପ୍ ମଧ୍ୟ ଚାଲିଥାଏ । ଏହାର ମୂଲ୍ୟ ୩୯,୯୯୯ ଟଙ୍କା ।

4K ରିଜୋଲ୍ୟୁସନ ଏବଂ ୬୦Hz ରିଫ୍ରେସ୍‌ ରେଟ୍‌ ସହିତ Vu ଟିଭିରେ ଡଲବି ଆଟମୋସ୍ ଏବଂ ଫୁଲ୍ ରେଞ୍ଜ୍ 4-ସ୍ପିକର ସେଟଅପ୍ ସହିତ ଏଥିରେ ଦମଦାର ସାଉଣ୍ଡ କ୍ୱାଲିଟି ରହିଛି । ଗୁଗଲ୍ ଟିଭି, କିଡ୍ସ ମୋଡ୍ ଏବଂ ଗୁଗଲ୍ ପ୍ଲେ ଷ୍ଟୋର ଭଳି ସ୍ମାର୍ଟ ଫିଚର ମଧ୍ୟ ଅଛି । Vu ର ଏହି ୫୫ ଇଞ୍ଚ ସ୍ମାର୍ଟ ଟିଭିର ମୂଲ୍ୟ ହେଉଛି ୩୭,୯୯୯ ଟଙ୍କା ।

୫୫ ଇଞ୍ଚର TCL ସ୍ମାର୍ଟ ଟିଭି QLED ଡିସପ୍ଲେ ଟେକ୍ନୋଲୋଜି ସହିତ ଆସିଥାଏ । ଏହି ଟିଭି ନେଟଫ୍ଲିକ୍ସ, ପ୍ରାଇମ୍ ଭିଡିଓ, ଡିସନି ପ୍ଲସ୍ ହଟଷ୍ଟାର୍ ସହିତ ଅନେକ ଆପ୍ କୁ ସପୋର୍ଟ କରେ । ଏହି ଟିଭିର ମୂଲ୍ୟ ହେଉଛି ୩୨,୯୯୯ ଟଙ୍କା ।

Acer ସ୍ମାର୍ଟ ଟିଭି ମଧ୍ୟ QLED ଟେକ୍ନୋଲୋଜି ସହିତ ଆସିଥାଏ । ଏଥିରେ ସ୍ମାର୍ଟ ଡଲବି ଭିଜନ, MEMC, HDR10, ଇଣ୍ଟେଲିଜେଣ୍ଟ୍ ଫ୍ରେମ୍ ଇନଷ୍ଟାବିଲାଇଜେସନ୍‌ ସହିତ ଅନେକ ଦମଦାର ଫିଚର ସାମିଲ ଅଛି । ଗୁଗଲ୍ ଟିଭି, କଣ୍ଟେଣ୍ଟ ରେକମଣ୍ଡେସନ୍‌ ଏବଂ ବିଲ୍ଟ-ଇନ୍ କ୍ରୋମକାଷ୍ଟ ଭଳି ସ୍ମାର୍ଟ ଫିଚର ଏହି ଟିଭିରେ ମିଳିବ । ଏହାର ଦାମ୍‌ ୩୭,୯୯୯ ଟଙ୍କା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.