ଚା’କରୁଥିବା ବେଳେ ଫାଟିଲା ସିଲିଣ୍ଡର, ମହିଳାଙ୍କ ସମେତ ୩ ପିଲା ମୃତ

ଉତ୍ତରପ୍ରଦେଶ ଦେଓରିଆର ଡୁମରୀ ଗାଁରେ ରହୁଥିବା ଶିବ ଶଙ୍କର ଗୁପ୍ତାଙ୍କ ପତ୍ନୀ ଆରତୀ ଦେବୀ ଘରେ ଚା’ କରୁଥିଲେ । ଏହି ସମୟରେ ହଠାତ୍‌ ଗ୍ୟାସ ସିଲିଣ୍ଡର ଫାଟି ଯାଇଥିଲା । ଫଳରେ ଘରେ ନିଆଁ ଲାଗିଯାଇଥିଲା । ଘଟଣାରେ ମହିଳାଙ୍କ ସମେତ ୩ ଜଣ ପିଲାଙ୍କ ଜୀବନ ଚାଲିଯାଇଛି ।

ଦେଓରିଆ : ରୋଷେଇ କରୁଥିବା ବେଳେ ଫାଟିଲା ସିଲିଣ୍ଡର । ଫଳରେ ଚାଲିଗଲା ୪ ଜଣଙ୍କ ଜୀବନ । ଘରେ ଚା’ କରୁଥିବା ସମୟରେ ଗ୍ୟାସ ସିଲିଣ୍ଡ ଫଟିବା ଯୋଗୁଁ ଜଣେ ମହିଳାଙ୍କ ସମେତ ୩ ପିଲାଙ୍କର ମୃତ୍ୟୁ ହୋଇଛି । ଉତ୍ତରପ୍ରଦେଶ ଦେଓରିଆରେ ହୃଦୟ ବିଦାରକ ଘଟଣା ଘଟିଛି ।

ଖବର ମୁତାବକ, ଉତ୍ତରପ୍ରଦେଶ ଦେଓରିଆର ଡୁମରୀ ଗାଁରେ ରହୁଥିବା ଶିବ ଶଙ୍କର ଗୁପ୍ତାଙ୍କ ପତ୍ନୀ ଆରତୀ ଦେବୀ ଘରେ ଚା’ କରୁଥିଲେ । ଏହି ସମୟରେ ହଠାତ୍‌ ଗ୍ୟାସ ସିଲିଣ୍ଡର ଫାଟି ଯାଇଥିଲା । ଫଳରେ ଘରେ ନିଆଁ ଲାଗିଯାଇଥିଲା । ଘଟଣାରେ ମହିଳାଙ୍କ ସମେତ ୩ ଜଣ ପିଲାଙ୍କ ଜୀବନ ଚାଲିଯାଇଛି । ଖବର ପାଇଁ ଅଗ୍ନିଶମବାହିନୀ ଏବଂ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି ।

ତେବେ ଘଟଣାରେ କେହି ଆହତ ହୋଇନଥିବା ଦେଓରିଆ ପୋଲିସ ଅଧିକ୍ଷକ କହିଛନ୍ତି । ତେବେ ସିଲିଣ୍ଡର ବିସ୍ଫୋରଣ କେମିତି ହେଲା ତା’ର ତଦନ୍ତ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.