ପୁଣି କେନ୍ଦ୍ରାପଡ଼ାରେ ଫାୟାରିଂ, ଯୁବ ଠିକାଦାର ଗୁରୁତର

ମାର୍ଶାଘାଇ ୫୩ ନମ୍ବର ଜାତୀୟ ରାଜପଥର ମଙ୍ଗଳାଛକରେ ଗୁଳିକାଣ୍ଡ ଘଟି ଶକ୍ତି ଚନ୍ଦନ ମହାନ୍ତି ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁଳି ତାଙ୍କର ପେଟରେ ବାଜିଛି । ଶକ୍ତି ଏକ ବାଇକ ଯୋଗେ ମଙ୍ଗଳାଛକ ନିକଟରେ ଯାଉଥିବା ବେଳେ ଦୁଇଜଣ ଯୁବକ ଏକ ବୁଲେଟରେ ଆସି ତାଙ୍କ ପାଖରୁ  ବ୍ୟାଗ୍ ଛଡାଇ ଥିଲେ ।

କେନ୍ଦ୍ରାପଡା(କେନ୍ୟୁଜ୍):  କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ମଙ୍ଗଳାଛକରେ ଗୁଳିକାଣ୍ଡ ଘଟି ଶକ୍ତି ଚନ୍ଦନ ମହାନ୍ତି ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁଳି ତାଙ୍କର ପେଟରେ ବାଜିଛି । ଶକ୍ତି ଏକ ବାଇକ ଯୋଗେ ମଙ୍ଗଳାଛକ ନିକଟରେ ଯାଉଥିବା ବେଳେ ଦୁଇଜଣ ଯୁବକ ଏକ ବୁଲେଟରେ ଆସି ତାଙ୍କ ପାଖରୁ  ବ୍ୟାଗ୍ ଛଡାଇ ଥିଲେ ।ଶକ୍ତି ବ୍ୟାଗ୍ ନଦେବାରୁ ଦୁର୍ବୃତ୍ତମାନେ ଗୁଳି ଚଳାଇଥିଲେ ଗୁଳି ତାଙ୍କର ପେଟରେ ବାଜିଛି।

ଗୁଳି ଚଳାଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ଗୁରୁତର ଶକ୍ତି କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛ । ପରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି। ଏସଡିପିଓଙ୍କ ସହିତ ମାର୍ଶାଘାଇ ପୋଲିସ୍‌ ଘଟଣା ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଶକ୍ତି ଚନ୍ଦନ ଜଣେ ଠିକାଦାର ତାଙ୍କ ଘର ଜଗତସିଂହପୁର ବୋଲି ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.