କିମ୍ସର କୋଭିଡ୍‌-19 ହସ୍ପିଟାଲରେ କାମ କରୁଥିବା ଡାକ୍ତର ଓ ନର୍ସମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର (କେ ନ୍ୟୁଜ୍‌) : କିମ୍ସର କୋଭିଡ୍‌-19 ହସ୍ପିଟାଲରେ କାମ କରୁଥିବା ଡାକ୍ତର ଓ ନର୍ସମାନଙ୍କୁ ପ୍ରୋତ୍ସାହିତ କରିବା ସହ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି, କିମ୍‌ସ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଓ ଅନ୍ୟ ଉଚ୍ଚ ପଦାଧିକାରୀ । ଏଠାରେ କାର୍ଯ୍ୟରତ ଡାକ୍ତର ଓ ନର୍ସ ସ୍ୱତନ୍ତ୍ର ବସ୍‌ ଯୋଗେ ଯାଉଥିବା ବେଳେ ସେମାନେ ୪ଟି ସିଫ୍ଟରେ କାମ କରୁଛନ୍ତି। ଏଠାରେ ଡାକ୍ତର, ନର୍ସ ଓ ପାରାମେଡିକାଲ କର୍ମଚାରୀଙ୍କ ସୁରକ୍ଷା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଉଥିବା କହିଛନ୍ତି ମୁଖ୍ୟ କାର୍ଯ୍ୟ ନିର୍ବାହୀ କହିଛନ୍ତି । ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଗଲା ବେଳେ ସେମାନଙ୍କୁ ସମସ୍ତେ କରତାଳି ଦେଇ ଉତ୍ସାହିତ କରିଥିଲେ ।

 

 

Leave A Reply

Your email address will not be published.