Below header

Indian Navy SSC 2021 ଆବେଦନ ପ୍ରକ୍ରିୟା ଆରମ୍ଭ, ଇଚ୍ଛୁକ ପ୍ରାର୍ଥୀ କରିପାରିବେ ଆବେଦନ

Indian Navy ବା ଭାରତୀୟ ଜଳସେନା ପକ୍ଷରୁ ନୂଆ ପୋଷ୍ଟ ବାହାର କରାଯାଇଛି । Indian Navy SSC ରେ IT Officer ପଦବୀ ପାଇଁ  ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଏଥିପାଇଁ ପ୍ରାର୍ଥୀ ମାନଙ୍କୁ BE/BTech କୋର୍ସ ପାସ କରିଥିବା ଦରକାର ।

ଏହି ପଦବୀ ପାଇଁ ପୂର୍ବରୁ ନୋଟିଫିକେସନ ଜାରୀ କରାଯାଇଛି । ଏବେ ଅନଲାଇନରେ ଆପଣ ଏଥିପାଇଁ ଆପ୍ଲିକେସନ ଦାଖଲ କରିପାରିବେ । ଇଚ୍ଛୁକ ପ୍ରାର୍ଥୀମାନେ ଅଧିକାରୀକ ନୋଟିଫିକେସନରେ ଥିବା ସମସ୍ତ ଜରୁରୀ ସୂଚନା ପଢ଼ି ଶେଷ ତାରିଖ ପୂର୍ବରୁ ଆବେଦନ କରିପାରିବେ ।

ଆବେଦନ ପୂର୍ବରୁ ଜାଣିନିଅନ୍ତୁ ଏହା ସମ୍ପର୍କରେ କିଛି ବିଶେଷ ତଥ୍ୟ:

ଅନଲାଇନ ଆବେଦନର ଆରମ୍ଭ ତାରିଖ: ୨ ଜୁଲାଇ ୨୦୨୧
ଅନଲାଇନ ଆବେଦନର ଶେଷ ତାରିଖ: ୧୬ ଜୁଲାଇ ୨୦୨୧

ତେବେ ଏହି ପୋଷ୍ଟରେ ମୋଟ ପଦବୀ ସଂଖ୍ୟା ରହିଛି ୪୫ । ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କୁ ୫୬,୧୦୦ ରୁ ୧,୧୦,୭୦୦ ଟଙ୍କାର ମାସିକ ଦରମାରେ ଦାଖିଲ କରାଯିବ । ତେବେ ଏଥିପାଇଁ ପ୍ର୍ରଥମେ ପରୀକ୍ଷା ପାସ୍ କରିବାକୁ ପଡିବ । ସମ୍ବନ୍ଧିତ ପ୍ରଶ୍ନରେ ନ୍ୟୁନତମ ଭାବେ ୬୦% ନମ୍ବର ରଖିବା ସହିତ ଇଞ୍ଜିନିୟରିଂ ପାସ କରିଥିବା ଆବଶ୍ୟକ । ପ୍ରାର୍ଥୀ ମାନଙ୍କ ବୟସ ସୀମା ୨ ଜାନୁଆରୀ ୧୯୯୭ ରୁ ୧ ଜୁଲାଇ ୨୦୦୨ ମଧ୍ୟରେ ରହିଥିବା ଆବଶ୍ୟକ । ତେବେ ସବୁଠୁ ଜରୁରୀ କଥା ହେଉଛି ଆବେଦନ ପାଇଁ ପ୍ରାର୍ଥୀ ମାନଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.