ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

ରାଜଧାନୀରେ ଚାଞ୍ଚଲ୍ୟ । ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ତମାଣ୍ଡୋ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକ। ଦୁଷ୍କର୍ମ କରିଥିବା ବ୍ୟକ୍ତି ଜଣେ ପରିବା ବ୍ୟବସାୟୀ ବୋଲି ଜଣାଯାଇଛି ।

ଭୁବନେଶ୍ୱର(କେନ୍ୟୁଜ) : ରାଜଧାନୀରେ ଚାଞ୍ଚଲ୍ୟ । ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ତମାଣ୍ଡୋ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକ। ଦୁଷ୍କର୍ମ କରିଥିବା ବ୍ୟକ୍ତି ଜଣେ ପରିବା ବ୍ୟବସାୟୀ ବୋଲି ଜଣାଯାଇଛି । ପରିବା ବ୍ୟବସାୟୀ ଜଣକ ନାବାଳିକାକୁ ଦୁଷ୍କର୍ମ ପରେ ୧୦୦ଟଙ୍କା ଦେଇ ଚୁପ୍‌ ରହିବାକୁ କହିଥିଲା।

ବାହାରେ କହିଲେ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲା । ଭୟରେ ପରିବାର ଲୋକଙ୍କୁ କହିନଥିଲା ନାବାଳିକା । ପରେ ଜଣାପଡିବା ପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତ ଜଣକ ବିକାଶ ବିଶ୍ୱାଳ ବୋଲି ଜଣାପଡ଼ିଛି। ଅଭିଯୁକ୍ତ ଯାଜପୁର ବାଲିଚନ୍ଦ୍ରପୁରରେ ଲୁଚିଥିବା ବେଳେ ତମାଣ୍ଡୋ ପୋଲିସ ତାକୁ ଗିରଫ କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.