ଇଂଲଣ୍ଡରେ କାଳିଆର ଲୀଳା, ବାଥ୍ ସହରରେ ଶ୍ରୀଜଗନ୍ନାଥଙ୍କ ନବଯୈାବନ ବେଶ ଦର୍ଶନ

ଦେବସ୍ନାନ ପୂର୍ଣ୍ଣିମା ଠାରୁ ଦୀର୍ଘ ୧୫ ଦିନର ଅନବସର ପରେ ପବିତ୍ର ମହାପ୍ରଭୁ ଜଗନ୍ନାଥ ନବଯୌବନ ଓ ଉଭା ଅମାବାସ୍ୟା ତିଥିରେ ଦର୍ଶନ ଦେଇଛନ୍ତି । ଇଂଲଣ୍ଡର ସିଟି ଅଫ୍ ବାଥ୍ରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ହୋଇ ଉଠିଛି ଚଳଚଞ୍ଚଳ । ସକାଳୁ ସକାଳୁ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ଭିଡ ସହ ଜୟ ଜଗନ୍ନାଥ ଧ୍ୱନିରେ ଗୁଂଜରିତ ହୋଇଥିଲା ସାରା ଅଞ୍ଚଳ। ମନ୍ଦିରରେ ଚତୁର୍ଦ୍ଧାଧା ବିଗ୍ରହଙ୍କ ମଙ୍ଗଳ ଆଳତି, ପୁଷ୍ପାଞ୍ଜଳି ପରେ ନୂଆ ବସ୍ତ୍ର ପରିଧାନ କରାଯାଇଥିଲା । ମହାପ୍ରଭୁଙ୍କୁ ଅନେକ ପ୍ରକାର ଫୁଲ ସହ ତୁଳସୀରେ ସୁସଜ୍ଜିତ କରାଯାଇଥିଲା । ସ୍ୱତନ୍ତ୍ର ଭାବେ ଓଡିଆ ପଖାଳ ଏବଂ ଖେଚୁଡି ଭୋଗ ହୋଇଥିଲା ।

ଏବେ ବାଥ୍ ସହରରେ ତାପମାତ୍ରା ଦଶ ଡିଗ୍ରୀ ସେଲସିୟସ୍ ରହିଛି । ଏହି ଥଣ୍ଡାରେ ମଧ୍ୟ ଭକ୍ତମାନେ ପ୍ରଭୁଙ୍କ ଦର୍ଶନ ପାଇଁ ଭିଡ଼ ଲଗାଇଥିଲେ । କେବଳ ଏଠାକାର ଓଡ଼ିଆ ନୁହନ୍ତି, ଅନ୍ୟ ସମ୍ପ୍ରଦାୟର ଲୋକେ ମଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ପାଇବା ପାଇଁ ମନ୍ଦିର ଆସିଥିଲେ । ଆଉ ଭକ୍ତଙ୍କ ଅନୁସାରେ ଏଠାରେ ଏକ ଆଶ୍ଚର୍ଯ୍ୟର କଥା ଦେଖିବାକୁ ମିଳିଥିଲା । ସାରା ସହରରେ ଶୀତର ଲହରରେ ଡୁବି ଯାଇଥିବା ବେଳେ ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ମନ୍ଦିର ପରିସରରେ ସଜ ତୁଳସୀ ପତ୍ର ଏବଂ ଗେଣ୍ଡୁ ଫୁଲ ଦେଖିବାକୁ ମିଳିଥିଲା ।

LONDON-2

ଏହି ଅବସରରେ ମନ୍ଦିର ପରିସରକୁ ମନୋରମ ଭାବେ ସଜା ଯାଇଥିଲା । ମନ୍ଦିର ଟ୍ରଷ୍ଟ ପକ୍ଷରୁ ଭକ୍ତଙ୍କ ଦର୍ଶନ ପାଇଁ ସୁବ୍ୟବସ୍ଥା କରାଯାଇଥିଲା । ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଭଜନ ସଂଧ୍ୟା ଉପସ୍ଥିତ ଭକ୍ତଙ୍କୁ ମନ୍ତ୍ର ମୁଗ୍ଧ କରିଥଲା । ପୁଣି ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ମହାପ୍ରଭୁଙ୍କ ଏହି ଉତ୍ସବରେ ବିଦେଶୀ ଭକ୍ତ ମାନେ ଯୋଗ ଦେଇ ବେଶ ଆନନ୍ଦିତ ହୋଇଥିଲେ । କାର୍ଯ୍ୟକ୍ରମକୁ ସ୍ଥାନୀୟ ବାସିନ୍ଦା ଏବଂ ଶ୍ରୀଜଗନ୍ନାଥ ମନ୍ଦିର, ସିଟି ଅଫ୍ ବାଥ୍ର ଟ୍ରଷ୍ଟି ସେବକ ସୁସ୍ମିତା ରାଜହଂସ ପରିଚାଳନା କରିଥିଲେ । ଆସନ୍ତାକାଲି ପବିତ୍ର ରଥଯାତ୍ରା । ଏଥିରେ ଲଣ୍ଡନରେ ଥିବା ସମସ୍ତ ଭକ୍ତଙ୍କୁ ଯୋଗ ଦେବା ନିମନ୍ତେ ଜଗନ୍ନାଥ ମନ୍ଦିର ପକ୍ଷରୁ ନିବେଦନ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.