ରଥ ଉପରୁ ଗୀତଗୋବିନ୍ଦ ଶୁଣିଲେ କାଳିଆ ଠାକୁର, ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ଓ ସେବାୟତ ମିଶିଗାଇଲେ ଭକ୍ତି ସଙ୍ଗୀତ

ଆଜି ବାହୁଡ଼ା ଯାତ୍ରାରେ ଶୀଘ୍ର ପହଣ୍ଡି ସହ ତିନି ରଥ ସନ୍ଧ୍ୟା ସୁଦ୍ଧା ତିନି ରଥ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ପହଞ୍ଚିଥିଲେ।ତିନି ରଥ ପହଞ୍ଚିବା ପରେ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ଓ ସେବାୟତଙ୍କ ଦ୍ବାରା ଗୀତଗୋବିନ୍ଦ ,ଜଗନ୍ନାଥଷ୍ଟକମ୍ ଓ ଭକ୍ତ ସଙ୍ଗୀତ ଗାନ କରାଯାଇଥିଲା।

ପୁରୀ(କେନ୍ୟୁଜ୍):  ରଥଯାତ୍ରା ଇତିହାସରେ ଏକ ନୂଆ ଫର୍ଦ୍ଧ ଯୋଡ଼ି ହୋଇଛି। ଆଜି ବାହୁଡ଼ା ଯାତ୍ରାରେ ଶୀଘ୍ର ପହଣ୍ଡି ସହ ତିନି ରଥ ସନ୍ଧ୍ୟା ସୁଦ୍ଧା ତିନି ରଥ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ପହଞ୍ଚିଥିଲେ।ତିନି ରଥ ପହଞ୍ଚିବା ପରେ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ଓ ସେବାୟତଙ୍କ ଦ୍ବାରା ଗୀତଗୋବିନ୍ଦ ,ଜଗନ୍ନାଥଷ୍ଟକମ୍ ଓ ଭକ୍ତ ସଙ୍ଗୀତ ଗାନ କରାଯାଇଥିଲା।

ପୁରୀବାସୀ , ଭକ୍ତଶ୍ରଦ୍ଧାଳୁ , ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗରେ ରଥଯାତ୍ରା ଭଳି ବାହୁଡ଼ା ଯାତ୍ରା ସୁରୁଖୁରୁରେ ସମ୍ପାଦିତ ହୋଇଛି।ମହାପ୍ରଭୁଙ୍କ ଆଶୀର୍ବାଦରୁ ରଥଯାତ୍ରା ଭଳି ବାହୁଡ଼ା ଯାତ୍ରା ସୁନ୍ଦର ଭାବେ ଶେଷ ହୋଇଛି।ଆସନ୍ତା କାଲି ସୁନାବେଶ ଏକ ପ୍ରମୁଖ ଚ୍ୟାଲେଞ୍ଜ ।ଏଥିପାଇଁ ୯୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବ ।ଆଜି ରାତିରୁ ବ୍ୟାରିକେଡ଼ ନିର୍ମାଣ କରାଯିବ ।୧୦- ୧୫ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।ଲକ୍ଷାଧିକ ଭକ୍ତ ଶ୍ରଦ୍ଧାଳୁ ନନ୍ଦିଘୋଷ ରଥ ପାର୍ଶ୍ଵ ଦେଇ କ୍ରମାନ୍ୱୟରେ ରଥାରୂଢ଼ ଚତୁର୍ଦ୍ଧାବିଗ୍ରହଙ୍କ ସୁନା ବେଶ୍ ଦର୍ଶନ କରି ତାଳଧ୍ଵଜ ରଥ ପାର୍ଶ୍ଵ ଦେଇ ଫେରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.