ଭାରତର ଏକମାତ୍ର ମନ୍ଦିର, ଯେଉଁଠାରେ ହନୁମାନଙ୍କ ସହିତ ହୋଇଥାଏ ତାଙ୍କ ସ୍ତ୍ରୀଙ୍କ ପୂଜା

ଆମମାନଙ୍କ ମଧ୍ୟରୁ ଅନେକ ଜାଣିଛନ୍ତି କି ହନୁମାନ ହେଉଛନ୍ତି ବାଳ ବ୍ରହ୍ମଚାରୀ । ତେଣୁ ବ୍ରହ୍ମଚାରୀ ପାଳନ କରିଥିବା ଲୋକମାନେ ହନୁମାନଙ୍କୁ ପୂଜା କରିଥାନ୍ତି । କିନ୍ତୁ ଆମେ ଅପଣଙ୍କୁ ଯଦି କହିବୁ ହନୁମାନ କୁମାର ନଥିଲେ, ସେ ବିବାହିତ ଥିଲେ ତେବେ ଆପଣଙ୍କୁ ଏହା ଶୁଣିବା ପରେ ନିଶ୍ଚୟ ଆଶ୍ଚର୍ୟ୍ୟ ଲାଗିପାରେ ।

ଭାରତର ତେଲେଙ୍ଗାନାରେ ହନୁମାନଙ୍କର ବିବାହିତ ଜୀବନର ପ୍ରଥା ପ୍ରଚଳିତ । ତେଲେଙ୍ଗାନାର ଖମ୍ମାମ୍ ଜିଲ୍ଲାରେ ହନୁମାନ ଏବଂ ତା’ଙ୍କ ଧର୍ମପତ୍ନୀ ସୁବର୍ଚ୍ଚଳାଙ୍କର ଏକ ପୁରାତନ ମନ୍ଦିର ରହିଛି । ପରାସର ସାହିତ୍ୟରେ ମଧ୍ୟ ହନୁମାନଙ୍କର ବିବାହିତ ଜୀବନ ବିଷୟରେ ଲେଖାଯାଇଛି ।

ଏଠିକାର ଲୋକମାନେ ପ୍ରତି ବର୍ଷ ଜୈଷ୍ଠ ଶୁଭ ଦଶମୀରେ ହନୁମାନଙ୍କର ବିବାହ ଖୁବ୍ ଧୁମଧାମରେ ପାଳନ କରିଥାନ୍ତି । ସତକଥା ହେଉଛି ଅଧିକାଂଶ ଲୋକଙ୍କ ପାଇଁ ଏହା କୌଣସି ଆଶ୍ଚର୍ୟ୍ୟ ଠାରୁ କମ୍ ନୁହେଁ । କାରଣ ହନୁମାନଙ୍କୁ ବାଳ ବ୍ରହ୍ମଚାରୀ କୁହାଯାଇଥାଏ । ଆସନ୍ତୁ ଜାଣିବା କ’ଣ ରହିଛି ତାଙ୍କ ବିବାହ ପଛର କାହାଣୀ ।

mrg

ସୂର୍ୟ୍ୟ ଦେବଙ୍କ ପୁତ୍ରୀଙ୍କ ସହିତ ହୋଇଥିଲା ବିବାହ

ପରାସର ସାହିତ୍ୟରୁ ଉଲ୍ଲେଖରେ ଜଣା ପଡିଛିକି’ ହନୁମାନ ଅବିବାହିତ ନଥିଲେ ବଂର ବିବାହିତ । ତାଙ୍କର ବିବାହ ସୂର୍ୟ୍ୟ ଦେବଙ୍କ ପୁତ୍ରୀଙ୍କ ସହିତ ହୋଇଥିଲା । ସାହିତ୍ୟ ଅନୁସାରେ ହନୁମାନ ସୂର୍ୟ୍ୟ ଦେବଙ୍କୁ ତାଙ୍କର ଗୁରୁଭାବେ ସ୍ବୀକାର କରିଥିଲେ । ସୂର୍ୟ୍ୟ ଦେବଙ୍କ ପାଖରେ ୯ଟି ଦିବ୍ୟ ବିଦ୍ୟା ରହିଥିଲା । ଏହି ସବୁ ବିଦ୍ୟାର ଜ୍ଞ୍ୟାନ ହନୁମାନ ପ୍ରାପ୍ତ କରିବା ପାଇଁ ଚାହୁଁଥିଲେ । ୯ ଟି ଜ୍ଞ୍ୟାନ ମଧ୍ୟରୁ ସୂର୍ୟ୍ୟ ଦେବ ହନୁମାନଙ୍କୁ ୫ଟି ବିଦ୍ୟା ଦେଇଦେଇଥିଲେ କିନ୍ତୁ ଅନ୍ୟ ୪ଟି ବିଦ୍ୟା କେବଳ ବିବାହିତ ପୁଅ ମାନେ ହିଁ ଜାଣିପରିବେ । ହନୁମାନ ବ୍ରହ୍ମଚାରୀ ଥିଲେ ତେଣୁ ସୂର୍ୟ୍ୟ ଦେବଙ୍କୁ ଏହି ୪ଟି ବିଦ୍ୟା ଦେବା ପାଇଁ ଅସମର୍ଥ ହୋଇଥିଲେ । ଏହି ସମସ୍ୟାର ନିରାକାରଣ ପାଇଁ ସୂର୍ୟ୍ୟ ଦେବ ହନୁମାନଙ୍କୁ ବିବାହ ପାଇଁ ପରାର୍ଶମ ଦେଲେ । ତେଣୁ ବହୁତ ବୁଝାଇବା ପରେ ହନୁମାନ ବିବାହ ପାଇଁ ରଜି ହୋଇଥିଲେ ।

ହନୁମାନ ଏବଂ ତାଙ୍କ ଧର୍ମପତ୍ନୀ ସୁବର୍ଚ୍ଚଳା

ଯେତେବେଳେ ମନୁମାନ ବିବାହ ପାଇଁ ରାଜି ହୋଇ ଗଲେ ସେତେବେଳେ ତାଙ୍କ ଉପଯୁକ୍ତ ପାତ୍ରୀ ଖୋଜା ଗଲା ଏବଂ ସନ୍ଧାନ ଶେଷ ହେଲା ସୂର୍ୟ୍ୟ ଦେବଙ୍କ ପୁତ୍ରୀଙ୍କ ପାଖରେ । ସୂର୍ୟ୍ୟ ଦେବ କହିଲେ ତାଙ୍କ ପୁତ୍ରୀ ସୁବର୍ଚ୍ଚଳାଙ୍କ ତେଜ ଖୁବ୍ ଅଧିକ ଏହାକୁ କେବଳ ହନୁମାନ ତମେ ହିଁ ସମ୍ଭାଳି ପରିବ ତେଣୁ ମୋ ପୁତ୍ରୀ ହିଁ ତୁମ ପାଇଁ ଉପଯୁକ୍ତ । ଏହା ମଧ୍ୟ କହିଲେ ବିବାହର ତୁରନ୍ତ ସେ ପୁଣିଥରେ ତପସ୍ୟା ମଗ୍ନ ହୋଇଯିବେ ତେଣୁ ତୁମ ବ୍ରହ୍ମଚାର୍ୟ୍ୟ ଉପରେ ମଧ୍ୟ କୌଣସି ପ୍ରଭାବ ପଡିବ ନାହିଁ ।

hanuman wife

ଆଉ ଏକ ମାନ୍ୟତା

ହିନ୍ଦୁ ଶାସ୍ତ୍ର ଅନୁସାରେ ସୁବର୍ଚ୍ଚଳା କୌଣସି ଗର୍ଭରୁ ଜନ୍ମ ଲାଭ କରି ନାହାଁନ୍ତି ଏବଂ ସେ ବିନା ଯୋନିରେ ଜନ୍ମ ହୋଇଛନ୍ତି । ଯାହା ଫଳରେ ବିବାହ ପରେ ମଧ୍ୟ ହନୁମାନଙ୍କର ବ୍ରହ୍ମଚାର୍ୟ୍ୟ ଉପରେ କୌଣସି ପ୍ରଭାବ ପଡି ନଥିଲା ।

ସର୍ବଦା ରହିବେ ବ୍ରହ୍ମଚାରୀ

ଏହା ସବୁ ଜାଣିବା ପରେ ହନୁମାନ ସୂର୍ୟ୍ୟ ଦେବ ହନୁମାନ ଏବଂ ତାଙ୍କ ପୁତ୍ରୀଙ୍କ ସହିତ ବିବାହ କରାଇଲେ । ବିବାହ ପରେ ସୁବର୍ଚ୍ଚଳା ତପସ୍ୟାରେ ଲିନ ହୋଇଗଲେ ଏବଂ ହନୁମାନ ମଧ୍ୟ ସୂର୍ୟ୍ୟ ଦେବଙ୍କ ଠାରୁ ଅନ୍ୟ ୪ଟି ବିଦ୍ୟା ଶିକ୍ଷା କରିନେଲେ । ଏହି ପ୍ରକାରରେ ବିବାହ ପରେ ମଧ୍ୟ ହନୁମାନ ସର୍ବଦା ବ୍ରହ୍ମଚାରୀ ହୋଇ ରହିଛନ୍ତି ।

ଖମ୍ମମ୍ ଜିଲ୍ଲାରେ ରହିଛି ଏହି ମନ୍ଦର

ତେଲଙ୍ଗନାର ଖମ୍ମମ୍ ଜିଲ୍ଲାରେ ଏହି ମନ୍ଦିରଟିର ସ୍ଥାପନା । ମନ୍ଦିର ସହିତ ଜଡିତ ଏହି ମାନ୍ୟତା ଅଛିକି’ ଯେକେହିବି’ ଏ ମନ୍ଦିରକୁ ଆସିଥାନ୍ତି ସେମାନଙ୍କର ବୈବାହିକ ଜୀବନ ଭଲରେ କଟିଥାଏ ଏବଂ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ଶେଷ ପର୍ୟ୍ୟନ୍ତ ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.