ରଖେ ହରି ମାରେ କିଏ : ଭୟାନକ ଦୁର୍ଘଟଣା ପରେ ପିଲାଟି ସାଙ୍ଗରେ ହେଲା ଚମତ୍କାର , ଭିଡ଼ିଓ ହେଲା ଭାଇରାଲ

ନୂଆଦିଲ୍ଲୀ : କଥାରେ ଅଛି ରଖେ ହରି ମାରେ କିଏ। କାହାକୁ କେଉଁ ମୂହୂର୍ତ୍ତରେ ମରଣ ଏବଂ ମରଣରୁ ରକ୍ଷା ମିଳିଯିବ କିଏ ବା କହିପାରେ। କିଛି ଏପରି ଘଟିଛି ନିକଟରେ ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ବହୁ ସଂଖ୍ୟାକ ଭାଇରାଲ ହୋଇଛି।
ଭିଡ଼ିଓରେ ବାଙ୍ଗାଲୁରୁ – ଦୁମକୁର ହାଇୱେ ଦେଖିବାକୁ ମିଳିଛି। ସେଠାରେ ଗାଡ଼ି ମାନଙ୍କର ବହୁତ ଭିଡ଼ ହୋଇଥିବା ବେଳେ ମାତା ପିତା ତାଙ୍କ ଛୁଆ ସହ ବାଇକ୍ ଯୋଗେ ସେହି ହାଇୱେରେ ଯାଉଛନ୍ତି। ଠିକ୍ ସେହି ସମୟରେ ହଠାତ୍ ଗୋଟିଏ ଗାଡ଼ିରେ ଧକ୍କା ହୋଇ ପିତାମାତା ବାଇକରୁ ଗଳି ପଡ଼ିଛନ୍ତି। କିନ୍ତୁ ଆଶ୍ଚର୍ୟ୍ୟ କଥା ବାଇକରେ ବସି ରହିଥିବା ଛୋଟ ଛୁଆଟି ନଗଳି ଏବଂ ଗାଡ଼ିରେ ବସି ୫୦୦ମିଟର ଆଗକୁ ଚାଲିଯାଇଥିଲା । ଛୁଆଟି ଅଳ୍ପ ଆହତ ହୋଇଥିବା ବେଳେ ଦୁର୍ଘଟଣାରେ କାହାର ବିଶେଷ କ୍ଷତି ହୋଇନାହିଁ । ଏହି ଭିଡ଼ିଓକୁ ସେଠାରେ ଉପସ୍ଥିତ ଜଣେ ବ୍ୟକ୍ତି ରେକଡ଼ କରିବା ପରେ ତାହାକୁ ସୋସିଆଲ ମିଡ଼ିଆରେ ଶେୟାର କରିଥିଲେ ଯାହା ବହୁ ସଂଖ୍ୟାକ ଭାଇରାଲ ହୋଇଛି ।