Below header

କଙ୍ଗନାଙ୍କ ସହ ବିବାଦ : ଫିଲ୍ମ ମଣିକର୍ଣ୍ଣିକା ଛାଡିଲେ ନିର୍ଦ୍ଦେଶକ

ହିନ୍ଦି ସିନେମା ସହ କଙ୍ଗନାଙ୍କ ବିବାଦ ବହୁପରୁଣା । ପ୍ରଥମେ ହ୍ରିତ୍ୱିକ ରୋଶନଙ୍କ ସହ ଝଗଡା ଏବଂ ପୁଣି ଏବେ ଫିଲ୍ମ ମଣିକର୍ଣ୍ଣିକାକୁ ବିବାଦ । କଣ୍ଟ୍ରୋଭର୍ସି କୁଇନ୍ ହୋଇସାରିଲେଣି ବଲିଉଡ୍ କୁଇନ୍ । ସୂଚନା ଅନୁଯାୟୀ କଙ୍ଗନାଙ୍କ ଅପକମିଙ୍ଗ୍ ମୁଭି ମଣିକର୍ଣ୍ଣିକା ଛାଡିଛନ୍ତି ନ୍ୟାସନାଲ ଫିଲ୍ମ ଆୱାର୍ଡ ବିଜେତା ନିର୍ଦ୍ଦେଶକ କୃଷ । କଙ୍ଗନାଙ୍କ ଖରାପ ବ୍ୟବହାର ଏବଂ ଗାଳିଗୁଲଜ ପାଇଁ ନିର୍ଦ୍ଦେଶକ ଏହି ସିନେମା ଛାଡିଥିବା ସୂଚନା ମିଳିଛି ।

କଳହର କାରଣ ହେଉଛି କଙ୍ଗନାଙ୍କୁ କିଛି ସିନ ଠିକ ନଲାଗିବା କାରଣରୁ ସେ ଏହାକୁ ଆଉଥରେ ସୁଟିଙ୍ଗ କରିବାକୁ ଚାହୁଁଛନ୍ତି । କିନ୍ତୁ କୃଷ ଏହା କରିବା ପାଇଁ ଚାହୁଁ ନାହାଁନ୍ତି । ଏହି ଫିଲ୍ମ ଆଗାମୀ ବର୍ଷ ଜାନୁୟାରୀ ୨୫ରେ ରିଲିଜ ହେବାର ଅଛି ।

ଫିଲ୍ମର ପ୍ରଡ୍ୟୁସର କମଳ ଜୈନ କଙ୍ଗନା ଏବଂ କୃଷଙ୍କୁ ବୁଝାଇବାରେ ବିଫଳ ହେବା ପରେ କୃଷ ସିନେମାଟି ଛାଡି ଦେଇଛନ୍ତି । କୃଷ ଏବେ ପୋଷ୍ଟ ପ୍ରଡକ୍ସନ ଛାଡି ହାଇଦ୍ରାବାଦରେ ଲୋକପ୍ରିୟ ନିର୍ମାତା ନିର୍ଦ୍ଦେଶକ, ଅଭିନେତା ଏବଂ ରାଜନେତା ଏନଟି ରାମାରାଓଙ୍କର ବାୟୋପିକରେ କାମ କରିବା ଆରମ୍ଭ କରି ସାରିଲେଣି । ଅନ୍ୟପଟେ ଶୁଣିବାକୁ ମିଳିଛି କଙ୍ଗନା ଏବେ ନିଜେ ସିନେମାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.