ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ : କଣ ଆପଣ ଟର୍ମିନସ୍ , ସେଣ୍ଟ୍ରାଲ୍ ଏବଂ ଜଙ୍କସନ୍ ମଧ୍ୟରେ ଫରକ ଜାଣନ୍ତି ?

ଭାରତୀୟ ରେଳବାଇ ଏସିୟାର ସବୁଠାରୁ ବଡ଼ ରେଳ ନେଟୱର୍କ । ଯେଉଁଥିରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଯାତ୍ରା କରିଥାନ୍ତି । ତେବେ ରେଳରେ ଯାତ୍ରାର କରିବାର ମଜା ନିଆରା । କେବଳ ସେତିକି ନୁହେଁ ଅନେକ ଥର ରେଳରେ ଅନେକ ସହଯାତ୍ରୀଙ୍କ ସହ ଯାତ୍ରା ଚୀରସ୍ମରଣୀୟ ହୋଇ ରହିଥାଏ । ତେବେ ରେଳରେ ଯାତ୍ରା କରୁଥିବା ସମୟରେ ଟର୍ମିନସ୍, ଜଙ୍କସନ୍ ଏବଂ ସେଣ୍ଟ୍ରାଲ୍ ଆଦି ପଡୁଥିବାର ଆପଣ ଦେଖିଥିବେ । ହେଲେ ଏହା ଭିତରେ କଣ ଫରକ ଜାଣିଛନ୍ତି ।
ଟର୍ମିନସ୍ :
ଟର୍ମିନସ ଏବଂ ଟର୍ମିନାଲ ଦୁଇଟି ସମାନ ଜିନିଷ। ଭାରତରେ ସମୁଦାୟ ୨୭ଟି ଟର୍ମିନାଲ ରହିଛି। ଛତ୍ରପତି ଶିବାଜୀ ଏବଂ ଲୋକମାନ୍ୟ ତିଲକ ଆମ ଦେଶର ସବୁଠାରୁ ବଡ଼ ଟର୍ମିନସ ଅଟେ।
ନିଶ୍ଚିତ ପଢ଼ନ୍ତୁ : କେରଳରେ ଥମିଛି ବର୍ଷା, ବଢ଼ିଛି ଦୁର୍ଦ୍ଦଶା
ସେଣ୍ଟ୍ରାଲ :
ଯେଉଁ ସ୍ଥାନରେ ଗୋଟିକ ପରେ ଗୋଟିଏ ଯାତ୍ରୀ ଏବଂ ରେଳଗାଡ଼ିର ଯିବାଆସିବା ଲାଗି ରହିଥାଏ, ତାହାକୁ ସେଣ୍ଟାଲ ଷ୍ଟେସନ କୁହାଯାଇଥାଏ। ଏହା ଛଡ଼ା ଯେକୌଣସି ସହରରେ ସେଣ୍ଟାଲ ଷ୍ଟେସନରେ ଆପଣଙ୍କୁ ସବୁଠାରୁ ଅଧିକ ଭିଡ଼ ଲାଗିରହିଥାଏ। ବର୍ତ୍ତମାନ ସମୟରେ ଭାରତରେ ସମୁଦାୟ ୫ଟି ସେଣ୍ଟାଲ ଷ୍ଟେସନ ରହିଛି। ଏଥିରେ ମୁମ୍ବାଇ, କାନପୁର, ତ୍ରିବେନ୍ଦ୍ରମ, ମ୍ୟଙ୍ଗଲୋର ଏବଂ ଚେନ୍ନାଇ ସାମିଲ ରହିଛି।
ଜଙ୍କସନ୍ :
ଜଙ୍କସନ ଏପରି ଏକ ଜାଗା ଯେଉଁଠାରେ ଟ୍ରେନ୍ ଯିବାଆସିବା ପାଇଁ ତିନୋଟି ଲାଇନ୍ ପ୍ରସ୍ତୁତ କରାଯାଇଥାଏ। ଏହି ତିନୋଟି ଲାଇନରେ ହିଁ ଟ୍ରେନ୍ ଯିବାଆସିବା କରିଥାଏ। ଭାରତରେ ମୋଟ ୩୦୦ରୁ ଅଧିକ ଜଙ୍କସନ ରହିଛି। ଏଥିମଧ୍ୟରେ ମଥୁରା ଜଙ୍କସନ ସବୁଠାରୁ ଅଧିକ ରୁଟ ବିଶିଷ୍ଟ। ଏଥିରେ ୭ଟି ରୁଟ୍ସ ରହିଛି।
ନିଶ୍ଚିତ ପଢ଼ନ୍ତୁ : ଟ୍ରେନରେ ଯାତ୍ରା ବେଳେ ସମସ୍ୟା ହେଉଛି ତ କେମିତି କରିବେ ଅଭିଯୋଗ ? ଜାଣନ୍ତୁ ପୂରା ପ୍ରକ୍ରିୟା
ଷ୍ଟେସନ୍ :
ଯେଉଁ ସ୍ଥାନରେ ଲୋକଙ୍କୁ ଟ୍ରେନରୁ ଜିନିଷପତ୍ର ନେବାଆଣିବାର ଅନୁମତି ରହିଥାଏ ତାହାକୁ ଷ୍ଟେସନ କୁହାଯାଇଥାଏ। ଭାରତରେ ସମୁଦାୟ ୮ହଜାରରୁ ଅଧିକ ଷ୍ଟେସନ ରହିଛି।