ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ, ଚମ୍ପୁଆ ବନ ବିଭାଗ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

କେନ୍ଦୁଝର(କେନ୍ଯୁଜ୍) : କେନ୍ଦୁଝର ଜିଲ୍ଳା ଚମ୍ପୁଆ ବନ ବିଭାଗ କର୍ମଚାରୀ ପବିତ୍ର ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । କେନ୍ଦୁଝର-ବାଲେଶ୍ୱର ଭିଜିଲାନ୍ସ ବିଭାଗ ମିଳିତ ଭାବରେ ତାଙ୍କ ବାସଭବନ ଓ କାର୍ଯ୍ଯାଳୟ ଚଢାଉ କରିଥିବା ଜଣାପଡିଛି । ଏହି ଚଢାଉରେ ଭିଜିଲାନ୍ସ ବିଭାଗର ୬ ଜଣିଆ ଟିମ ସାମିଲ ହୋଇଥିଲେ । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଡିଏସପି ଡି.ଡି ସେଠଙ୍କ ନେତୃତ୍ୱରେ ଏହି ଚଢାଉ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.