AIIMS ରେ ଭର୍ତ୍ତି ସୁଯୋଗ, ଇଣ୍ଟରଭ୍ୟୁ ଆଧାରରେ ହେବ ଚୟନ

AIIMS ପାଇଁ ତୁରନ୍ତ କରନ୍ତୁ ଆବେଦନ । ବିନା ପରୀକ୍ଷାରେ ହେବ ଚୟନ । ଇଣ୍ଟରଭ୍ୟୁ ଦେଇ ପାଆନ୍ତୁ ଚାକିରି । ୧୬ ତାରିଖରେ ହେବ ଚୟନ ପ୍ରକ୍ରିୟା ।

ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍‌ ଅଫ ମେଡିକାଲ ସାଇନ୍ସ(AIIMS) ମଙ୍ଗଳାଗିରିରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଯାହା ଅନୁଯାୟୀ, ସିନିଅର ରେଜିଡେଣ୍ଟ/ସିନିଅର ଡେମୋଷ୍ଟ୍ରେଟର ଖାଲି ପଦବୀରେ ଭର୍ତ୍ତି କରାଯିବ । ଆବେଦନ କରିବା ପାଇଁ ଅଫିସିଆଲ ୱେବସାଇଟକୁ ଯାଇ ସିଧାସଳଖ ଆବେଦନ କରିପାରିବେ ।

ଏହି ପଦବୀ ପାଇଁ ପ୍ରାର୍ଥୀଙ୍କ ଚୟନ ଇଣ୍ଟରଭ୍ୟୁ ଆଧାରରେ ହେବ । ଇଣ୍ଟରଭ୍ୟୁର ଆୟୋଜନ ୧୬ ନଭେମ୍ବର ୨୦୨୩ରେ କରାଯିବ ।

ପଦବୀ ବିବରଣୀ : ୪୯

ସିରିଅର ରେଜିଡେଣ୍ଟ/ସିନିଅର ଡେମୋଷ୍ଟ୍ରେଟର

ଜରୁରୀ ତାରିଖ : ଆବେଦନ କରିଥିବା ପ୍ରାର୍ଥୀ ୧୬ ନଭେମ୍ବରରେ ଇଣ୍ଟରଭ୍ୟୁ ପାଇଁ ଡକାଯିବ ।

ଶିକ୍ଷାଗତ ଯୋଗ୍ୟତା : ଆବେଦନ ପାଇଁ ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ/ସଂସ୍ଥାରୁ ପଦ ଅନୁସାରେ ଏମଡି/ଡିଏନବି/ଇଏନଟି/ଡିଲମ/ଡିଏନବି/ଏମଏସ ପାସ୍‌ କରିଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୪୫ ବର୍ଷରୁ ଅଧିକ ନ ହେବା ଜରୁରୀ । ସଂରକ୍ଷିତ ବର୍ଗଙ୍କୁ ସର୍ବାଧିକ ବୟସ ସୀମାରେ ଛାଡ୍‌ ମିଳିବ ।

କେମିତି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ଓ୍ଵାକ୍‌ ଇନ୍‌ ଇଣ୍ଟରଭ୍ୟୁ ଆଧାରରେ ହେବ । ଇଣ୍ଟରଭ୍ୟୁର ଆୟୋଜନ ୧୬ ନଭେମ୍ବର ୨୦୨୩ ସକାଳ ୮.୩୦ ମିନିଟରେ ହେବ ।

ଆବେଦନ ଶୁଳ୍କ : ଇଚ୍ଛୁକ ପ୍ରାର୍ଥୀ ୧୫୦୦ ଟଙ୍କା ଆବେଦନ ଶୁଳ୍କ ଭରିବାକୁ ହେବ । ସଂରକ୍ଷିତ ବର୍ଗଙ୍କ ପାଇଁ ୧୦୦୦ ଟଙ୍କା ଆବେଦନ ଶୁଳ୍କ ଧାର୍ଯ୍ୟ କରାଯାଇଛି । ଅନଲାଇନ ମୋଡରେ ଆବେଦନ ଶୁଳ୍କ ଭରିବାକୁ ହେବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.