ଜୁନିଅର ଟେକ୍ନିସିଆନ ସହିତ ଅନେକ ପଦବୀ ଖାଲି, ମାସକୁ ଦରମା ୯୫ ହଜାର ଟଙ୍କା

କରେନ୍ସୀ ନୋଟ ପ୍ରେସ ନାସିକ ପକ୍ଷରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ୧୮ ରୁ ୨୫ ବର୍ଷର ଯୁବପିଢି କରିପାରିବେ ଆବେଦନ । ମାସକୁ ଦରମା ୯୫ ହଜାର ଟଙ୍କା ପର୍ଯ୍ୟନ୍ତ ମିଳିବ । ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରିପାରିବେ।

ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । କରେନ୍ସୀ ନୋଟ ପ୍ରେସ ନାସିକ ପକ୍ଷରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁଯାୟୀ ଆବେଦନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଅଧିକ ଜାଣିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଆବେଦନ କରନ୍ତୁ ।

ପଦବୀ ବିବରଣୀ : ୧୧୭

ସୁପରଭାଇଜର ଆର୍ଟିଷ୍ଟ
ସେକ୍ରେଟେରିଏଟ୍‌ ଆସିଷ୍ଟାଣ୍ଟ
ଜୁନିଅର ଟେକ୍ନିସିଆନ

ଜରୁରୀ ତାରିଖ :

ଆବେଦନ କରିବାର ଶେଷ ତାରିଖ ୧୮ ନଭେମ୍ବର ୨୦୨୩ ରହିଛି ।

ବୟସ ସୀମା : ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୫ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସିକ ୧୮ ହଜାରରୁ ୯୫ ହଜାର ଟଙ୍କା ଦରମା ମିଳିବ ।

କେମିତି କରିବେ ଆବେଦନ : ଆବେଦନ କରିବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ଅଫିସିଆଲ ୱେବସାଇଟ cnpnashik.spmsil.com କୁ ଯାଇ ଆବେଦନ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.