Below header

CSIR ରେ ବମ୍ପର ଭର୍ତ୍ତି, ବ୍ୟାଚଲର ଡିଗ୍ରୀ ପାସ୍‌ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । CSIR ରେ ଖାଲିପଡିଥିବା ପଦବୀ ପାଇଁ ମିଳିବ ୧.୫୧ ଲକ୍ଷ ଦରମା । ଜାଣନ୍ତୁ କେମିତି କରିବେ ଆବେଦନ ।

କାଉନସିଲ ଫର ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ(CSIR) ଏବଂ ଇନଷ୍ଟିଚ୍ୟୁଟ ଅଫ ଜିନୋମିକ୍ସ ଆଣ୍ଡ ଇଣ୍ଟିଗ୍ରେଟିଭ ବାୟୋଲୋଜି(IGIB) ରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଏଠାରେ ୪୦୦ ରୁଅଧିକ ପଦବୀ ଖାଲି ପଡିଛି । ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଅଫିସିଆଲ ୱେବସାଇଟ csir.res.in କୁ ଯାଇ ଭର୍ତ୍ତି ପାଇଁ ଆବେଦନ କରିପାରିବେ । ଆବେଦନ କରିବା ପାଇଁ ଶେଷ ତାରିଖ ୧୨ ଜାନୁଆରୀ ୨୦୨୪ ରହିଛି ।

ପଦବୀ ବିବରଣୀ :୪୪୪

ଆସିଷ୍ଟାଣ୍ଟ ସେକ୍ସନ ଅଫିସର : ୩୬୮
ସେକ୍ସନ ଅଫିସର : ୭୬

ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ ଶେଷ ତାରିଖ ୧୨ ଜାନୁଆରୀ ୨୦୨୪ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ସଂସ୍ଥାରୁ ବ୍ୟାଚଲର ଡିଗ୍ରୀ ରହିଥିବା ଜରୁରୀ ।

ବୟସ ସୀମା : ଆବେଦନ ପାଇଁ ଆଗ୍ରହ ରଖିଥିବା ପ୍ରାର୍ଥୀଙ୍କ ବୟସ ୩୩ ବର୍ଷ ହୋଇଥିବା ଜରୁରୀ ।

ଦରମା : ସେକ୍ସନ ଅଫିସର ପାଇଁ ୪୭,୬୦୦ ଟଙ୍କା ଏବଂ ୧,୫୧,୧୦୦ ଟଙ୍କା ରହିଥିବା ବେଳେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପାଇଁ ୪୪,୯୦୦ ଏବଂ ୧,୪୨,୪୦୦ ଟଙ୍କା ଦରମା ରହିଛି ।

ଚୟନ ପ୍ରକ୍ରିୟା : ଏହି ଭର୍ତ୍ତି ପାଇଁ ଚୟନ ଲିଖିତ ପରୀକ୍ଷା ଆଧାରରେ ହେବ । ପରୀକ୍ଷା ୨ଟି ପର୍ଯ୍ୟାୟରେ ହେବ ।

ଆବେଦନ ଶୁଳ୍କ : ସାମାନ୍ୟ ବର୍ଗ, ଓବିସି ଏବଂ EWS ପ୍ରାର୍ଥୀ ୫୦୦ ଟଙ୍କା ଶୁଳ୍କ ଦେବାକୁ ହେବ । ଅନୁସୂଚିତ ଜାତି/ଜନଜାତି/PWD, ପୂର୍ବତନ କର୍ମଚାରୀ କୌଣସି ଶୁଳ୍କ ଦେବାକୁ ହେବ ନାହିଁ ।

କେମିତି କରିବେ ଆବେଦନ :

ଇଚ୍ଛୁକ ପ୍ରାର୍ଥୀ ପ୍ରଥମେ ଅଫିସିଆଲ ୱେବସାଇଟ www.csir.res.inକୁ ଯାଆନ୍ତୁ ।
ହୋମପେଜ ଟାବରେ ଭର୍ତ୍ତି ଲିଙ୍କରେ କ୍ଲିକ୍‌ କରନ୍ତୁ ।
ସ୍କ୍ରିନରେ ନୂଆ ପେଜ ଦେଖାଦେବ ।
ଆପ୍ଲିକେସନ ଲିଙ୍କ ଉପରେ କ୍ଲିକ୍‌ କରନ୍ତୁ । ନୂଆ ପେଜ ଦେଖିବାକୁ ମିଳିବ ।
ଏହାପରେ ଆବେଦନ ଫର୍ମ ପୂରଣ କରନ୍ତୁ ।
ସମସ୍ତ ଦସ୍ତାବିଜ ଅପଲୋଡ କରିବା ପରେ ଫର୍ମ ଜମା କରନ୍ତୁ ।
ଭବିଷ୍ୟତ ପାଇଁ ଏକ ପ୍ରିଣ୍ଟ ଆଉଟ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.