IBPS ଅଧିନରେ ୪ ହଜାର ବ୍ୟାଙ୍କ ପଦ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

IBPS ଅଧିନରେ ଖାଲିପଡିଛି ୪ ହଜାରରୁ ଅଧିକ ପଦବୀ । ଇଚ୍ଛୁକ ପ୍ରାର୍ଥୀ ୨୧ ଜୁଲାଇ ପୂର୍ବରୁ ଅଫିସିଆଲ ୱେବସାଇଟ୍‌ ibps.in କୁ ଯାଇ ଆବେଦନ କରିପାରିବେ ।

IBPS ଅଧିନରେ କ୍ଲର୍କ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହି ଭର୍ତ୍ତି ଅଧିନରେ ବିଭିନ୍ନ ବ୍ୟାଙ୍କରେ ୪ ହଜାରରୁ ଅଧିକ ପଦବୀରେ ଭର୍ତ୍ତି କରାଯିବ । ଆପଣ ଆଇବିପିଏସ୍‌ର ଅଫିସିଆଲ ୱେବସାଇଟ୍‌ ibps.in କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୨୧ ଜୁଲାଇ ୨୦୨୩ ରହିଛି । ଏଥିପାଇଁ ପ୍ରାରମ୍ଭିକ ପରୀକ୍ଷା ଅଗଷ୍ଟ କିମ୍ବା ସେପ୍ଟେମ୍ବରରେଏବଂ ମୁଖ୍ୟ ପରୀକ୍ଷା ଅକ୍ଟୋବରରେ ହେବ ।

ପଦବୀ ବିବରଣୀ : ୪୦୪୫

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୧ ଜୁଲାଇ ୨୦୨୩ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଏଥିରେ ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ କୌଣସି ବିଷୟରେ ଗ୍ରାଜୁଏସନ କରିଥିବା ଜରୁରୀ ।

ବୟସ ସୀମା : ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ବୟସ ସୀମା ୨୦ରୁ ୨୮ ବର୍ଷ ହେବା ଜରୁରୀ ।

ଆବେଦନ ଶୁଳ୍କ : ଏହି ଭର୍ତ୍ତି ପାଇଁ ଆବେଦନ ଶୁଳ୍କ ଭରିବାକୁ ପଡିବ । ସାମାନ୍ୟ ବର୍ଗ ପ୍ରାର୍ଥୀଙ୍କ ପାଇଁ ୮୫୦ ଟଙ୍କା ଆବେଦନ ଶୁଳ୍କ ରହିଥିବା ବେଳେ ଅନୁସୂଚିତ ଜାତି/ଜନଜାତି/ ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କୁ ୧୭୫ ଟଙ୍କା ଶୁଳ୍କ ଦେବାକୁ ହେବ । ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ୍‌ ଚେକ୍‌ କରିଦିଅନ୍ତୁ ।

କେମିତି କରିବେ ଆବେଦନ :

ଇଚ୍ଛୁକ ପ୍ରାର୍ଥୀ ପ୍ରଥମେ ଆଇବିପିଏସ୍‌ର ଅଫିସିଆଲ ୱେବସାଇଟ୍‌ ibps.in କୁ ଯାଆନ୍ତୁ ।

ତା’ ପରେ ହୋମ ପେଜରେ ଆଇବିପିଏସ୍‌ କ୍ଲର୍କ ଭର୍ତ୍ତି ୨୦୨୩ ଉପରେ କ୍ଲିକ୍‌ କରନ୍ତୁ ।

ତା’ ପରେ ରେଜିଷ୍ଟ୍ରେସନ କରନ୍ତୁ ।

ରେଜିଷ୍ଟ୍ରସନ କରିବା ପରେ ସମସ୍ତ ଆବଶ୍ୟକ ଦସ୍ତାବିଜ ଅପଲୋଡ କରିବା ପରେ ଆବେଦନ ଶୁଳ୍କ ଭରନ୍ତୁ ।

ଏହାପରେ ସବମିଟ୍‌ କରନ୍ତୁ ଏବଂ ପେଜ୍‌ ଡାଉନଲୋଡ କରି ରଖନ୍ତୁ ।

ଶେଷରେ ଏକ ହାର୍ଡ କପି ନିଜ ପାଖରେ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://ibpsonline.ibps.in/crpcl13jun23/

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.