ITBP କନଷ୍ଟେବଳ ପଦବୀ ପାଇଁ ବମ୍ପର ନିଯୁକ୍ତି, ୧୦ମ ପାସ୍‌ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

୧୦ମ ପାସ୍‌ କରିଛନ୍ତି, ତେବେ ତୁରନ୍ତ କରନ୍ତୁ ଆବେଦନ । ମାସିକ ଦରମା ମିଳିବ ୬୯ ହଜାର ଟଙ୍କା । ITBP ରେ କନଷ୍ଟେବଳ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି ।

ଇଣ୍ଡୋ-ତିବ୍ଦତ ସୀମା ପୋଲିସରେ କନଷ୍ଟେବଳ ପଦବୀ ପାଇଁ ଖାଲିପଡିଛି ୨୦୦ରୁ ଅଧିକ ପଦବୀ । ଏହି ପଦବୀ ସ୍ପୋଟର୍ସ ପର୍ସନଙ୍କ ପାଇଁ ଖାଲିପଡିଛି । ଯେଉଁମାନେ ସ୍ପୋଟର୍ସରେ କିଛି ଖାସ୍‌ କରିଛନ୍ତି, ସେମାନେ କେବଳ ଆବେଦନ କରିପାରିବେ । ଏଥିପାଇଁ କେବଳ ଅନଲାଇନ ଆବେଦନ କରିପାରିବେ । ଆବେଦନ ପାଇଁ ଆଇଟିବିପିର ଅଫିସିଆଲ େଓ୍ଵବସାଇଟକୁ ଯାଇ recruitment.itbppolice.nic.in କୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୨୪୮

ଜରୁରୀ ତାରିଖ : ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଶେଷ ତାରିଖ ୨୮ ନଭେମ୍ବର ୨୦୨୩ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡର ୧୦ମ ପାସ୍‌ କରିଥିବା ଜରୁରୀ । ଏହାସହିତ ସ୍ପୋଟର୍ସ କୋଟା ଅଧିନରେ ପ୍ରାର୍ଥୀ କୌଣସି ସ୍ପୋଟର୍ସରେ ଭଲ ପ୍ରଦର୍ଶନ କରିଥିବା ଜରୁରୀ । ରାଜ୍ୟ କିମ୍ବା ଜାତୀୟ ସ୍ତର ଖେଳରେ ପ୍ରତିଯୋଗିତାରେ ଭାଗ ନେବା ଯୋଗ୍ୟ ହୋଇଥିବା ଜରୁରୀ । ଫୁଟବଲ, ରେସଲିଂ, ବକ୍ସିଂ, ଜିମ୍ନାଷ୍ଟିକ, ନୌକା ଚାଳନା, ଆଥଲେଟିକ୍ସ, କବାଡି ଇତ୍ୟାଦିରେ ଭାଗ ନେଇଥିବା ଜରୁରୀ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସିକ ୨୧,୭୦୦ରୁ ୬୯,୧୦୦ ଟଙ୍କା ଦରମା ମିଳିବ । ୭ମ ବେତନ କମିଶନ ଅନୁଯାୟୀ ମିଳିବ ଦରମା ।

ଆବେଦନ ଶୁଳ୍କ : ଆବେଦନ ପାଇଁ ଇଚ୍ଛୁକ ଜେନେରାଲ, ଓବିସି ଏବଂ EWS ପ୍ରାର୍ଥୀ ୧୦୦ ଟଙ୍କା ଦେବାକୁ ହେବ । ଅନ୍ୟମାନେ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.