ଗୃହ ମନ୍ତ୍ରଣାଳୟରେ ୭୯୭ ପଦବୀ ଖାଲି, ମାସକୁ ଦରମା ୮୧ ହଜାର ଟଙ୍କା

ଗୃହ ମନ୍ତ୍ରଣାଳୟରେ ତୁରନ୍ତ ଚାକିରି ପାଇଁ କରନ୍ତୁ ଆବେଦନ । ଇଲେକ୍ଟ୍ରୋନିକ୍ସ ଏବଂ କମ୍ପୁ୍ୟଟର ସାଇନ୍ସରେ ଇଂଜିନିୟରିଂ ଡିପ୍ଲୋମା କି ଡିଗ୍ରୀ କରିଥିଲେ ଆବେଦନ କରନ୍ତୁ ।

ଭାରତ ସରକାରଙ୍କ ଅଧିନରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ଗୃହ ମନ୍ତ୍ରଣାଳୟରେ ଗ୍ରାଜୁଏଟ୍‌ ଲେବଲରେ ୭୯୭ ଜୁନିଅର ଇଣ୍ଟେଲିଜେନ୍ସୀ ଅଫିସର ଏବଂ ଗ୍ରେଡ ୨(ଟେକ୍ନିକାଲ) ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଏହି ପଦବୀରେ ଆବେଦନ କରିବାର ଶେଷ ତାରିଖ ୨୩ ଜୁନ୍‌, ୨୦୨୩ ରହିଛି । ଯେଉଁମାନେ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ଅଫିସିଆଲ ସାଇଟ୍‌ mha.gov.in କୁ ଯାଇ ଅନଲାଇନ ରେଜିଷ୍ଟ୍ରେସନ କରିପାରିବେ ।

ପଦବୀ ବିବରଣୀ : ୭୯୭

ଜୁନିଅର ଇଣ୍ଟେଲିଜେନ୍ସୀ ଅଫିସର :

ଗ୍ରେଡ(୨) ଟେକ୍ନିକାଲ ଅଫିସର :

ଜରୁରୀ ତାରିଖ : ଆବେଦନ କରିବାର ତାରିଖ ୩ ଜୁନରୁ ଆରମ୍ଭ ହୋଇଥିବା ବେଳେ ଶେଷ ତାରିଖ ୨୩ ଜୁନ୍‌, ୨୦୨୩ ରହିଛି । ରେଜିଷ୍ଟ୍ରେସନ କରିବା ପାଇଁ ମାତ୍ର ୩ ଦିନ ବାକି ରହିଛି ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୮ ବର୍ଷରୁ ୨୭ ବର୍ଷ ହେବା ଜରୁରୀ ।

ଶିକ୍ଷାଗତ ଯୋଗ୍ୟତା : ପ୍ରାର୍ଥୀଙ୍କ ପାଖରେ ଇଲେକ୍ଟ୍ରୋନିକ୍ସ ଏବଂ କମ୍ପୁ୍ୟଟର ସାଇନ୍ସରେ ଇଂଜିନିୟରିଂ ଡିପ୍ଲୋମା ଡିଗ୍ରୀ ରହିଥିବା ଜରୁରୀ । ଯେଉଁମାନେ ଫିଜିକ୍ସ ଏବଂ ଗଣିତରେ ବିଏସସି କରିବା ସହିତ କମ୍ପୁ୍ୟଟର ଆପ୍ଲିକେସନରେ ଗ୍ରାଜୁଏସନ ଡିଗ୍ରୀ କରିଥିବା ଜରୁରୀ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସିକ ୩୦,୦୦୦ରୁ ୮୧,୦୦୦ ପର୍ଯ୍ୟନ୍ତ ଦରମା ମିଳିବ ।

ଆବେଦନ ଶୁଳ୍କ : ଇଚ୍ଛୁକ ପ୍ରାର୍ଥୀ EWS ଏବଂ ଓବିସି କ୍ୟାଟେଗୋରୀର ହୋଇଥିଲେ ୫୦୦ ଟଙ୍କା ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି ଏବଂ ଜନଜାତି ପ୍ରାର୍ଥୀଙ୍କୁ ୪୫୦ ଟଙ୍କା ଦେବାକୁ ପଡିବ ।

କେମିତି କରିବେ ଆବେଦନ : ପ୍ରଥମେ ଗୃହ ମନ୍ତ୍ରଣାଳୟର ଅଫିସିଆଲ ୱେବସାଇଟ  mha.gov.in କୁ ଯାଆନ୍ତୁ ।

ଗୃହ ମନ୍ତ୍ରଣାଳୟର ରିକ୍ରୁଟମେଣ୍ଟ ନୋଟିଫିକେସନ  ଦେଖି କ୍ଲିକ୍‌ କରନ୍ତୁ ।

ଏହାପରେ ଅନଲାଇନ ଫର୍ମ ପୂରଣ କରିବା ପରେ ରେଜିଷ୍ଟ୍ରେସନ କରିବା ସହିତ ଆବେଦନ କରିବା ପରେ ସବମିଟ୍‌ କରନ୍ତୁ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://studycafe.in/wp-content/uploads/2023/06/MINISTRY-OF-HOME-AFFAIRS-RECRUITMENT-2023-3.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.