Below header

ହୋଣ୍ଡୁରସ ଜେଲରେ ଦଙ୍ଗା: ଗୁଳିମାଡ, ପୋଡାଜଳାରେ ୪୧ ମହିଳା କଏଦୀଙ୍କ ମୃତ୍ୟୁ

ହୋଣ୍ଡୁରସ ଜେଲରେ ପୋଡିଜଳି ଏବଂ ଗୁଳିମାଡରେ ୪୧ ମହିଳା କଏଦୀଙ୍କର ମୃତ୍ୟୁ ହୋଇଛି । ହିଂସାକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ । ଏହାକୁ ନେଇ ଦେଶର ରାଷ୍ଟ୍ରପତି ମାରା ଷ୍ଟ୍ରିଟ୍‌ ଗ୍ୟାଙ୍ଗକୁ ଦାୟୀ କରିଛନ୍ତି।

ଦକ୍ଷିଣ ଆମେରିକା ଅନ୍ତର୍ଗତ ହୋଣ୍ଡୁରସରେ ଥିବା ଦେଶର ଏକମାତ୍ର ମହିଳା ଜେଲରେ ଦଙ୍ଗା ଓ ହିଂସାକାଣ୍ଡ ଘଟି ୪୧ ଜଣ ମହିଳା କଏଦୀଙ୍କର ମୃତ୍ୟୁ ହୋଇଛି । ମୃତ କଏଦୀଙ୍କ ମଧ୍ୟରୁ ଅଧିକାଂଶଙ୍କୁ ପୋଡ଼ି ମାରି ଦିଆଯାଇଥିବା ବ‌େଳେ ଆଉ କେତେଜଣଙ୍କୁ ଗୁଳି ମାରି ଓ ଛୁରୀ ଭୁସି ହତ୍ୟା କରାଯାଇଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି ।

ହୋଣ୍ଡୁରସ୍‌ ନ୍ୟାସନାଲ ପୋଲିସ ଇନଭେଷ୍ଟିଗେସନ୍‌ ଏଜେନ୍ସୀର ମୁଖପାତ୍ର ୟୁରି ମୋରା ଘଟଣାକୁ ନେଇ ବୟାନ ଜାରି କରିଛନ୍ତି । ସେ କହିଛନ୍ତି, ଅଧିକାଂଶ କଏଦୀଙ୍କୁ ପୋଡ଼ି ମାରି ଦିଆଯାଇଥିବା ବ‌େଳେ ବାକି କଏଦୀଙ୍କୁ ଗୁଳି ଓ ଛୁରି ମାରି ହତ୍ୟା କରାଯାଇଛି। ଏଥିରେ ଆହତ ହୋଇଥିବା ୭ଜଣ କଏଦୀ ତେଗୁସିଗାଲ୍‌ପା ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛନ୍ତି ।

ହିଂସାକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ । ଏହାକୁ ନେଇ ଦେଶର ରାଷ୍ଟ୍ରପତି ମାରା ଷ୍ଟ୍ରିଟ୍‌ ଗ୍ୟାଙ୍ଗକୁ ଦାୟୀ କରିଛନ୍ତି। କାରଣ ସେମାନେ ହିଁ ସବୁ‌ବେଳେ ଜେଲ୍‌ ଭିତରେ ହିଂସାକାଣ୍ଡ କରନ୍ତି ।

ଏହାକୁ ନେଇ ଜେଲର ପ୍ରମୁଖ ଜୁଲିସା ଭିଲାନୁଏବା ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଦଙ୍ଗାରେ ସାମିଲ ହୋଇଥିବା ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଜେଲ ଭିତରେ ଅବୈଧ ଗତିବିଧିକୁ ରୋକିବା ପାଇଁ କିଛିଦିନରୁ ପ୍ରୟାସ କରାଯାଉଛି । ହୁଏତ ଏହି କାରଣରୁ ଦଙ୍ଗା ହୋଇଥାଇପାରେ ବୋଲି ଆକଳନ କରାଯାଉଛି ।

ସୂଚନାଯୋଗ୍ୟ, ଏହି ଜେଲରେ ପ୍ରବଳ କଏଦୀ ରହିଛନ୍ତି । ଜେଲର ସ୍ଥିତି ବହୁତ ଖରାପ ରହିଛି । ଜେଲ ପରିସର ସଫା ସୁତରା ରହୁନାହିଁ । ପ୍ରତିଦିନ ଜେଲରେ ମାରପିଟ୍‌ ରିପୋର୍ଟ ଆସିଥାଏ । ୨୦୧୯ରେ ସାମୂହିକ ହିଂସା ଯୋଗୁଁ ୩୭ କଏଦୀଙ୍କର ମୃତ୍ୟୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.