ଇଂଲଣ୍ଡର ‘ବାଜ୍‌ ବଲ୍‌’ ଗର୍ବକୁ ଭାଙ୍ଗିଲା ଅଷ୍ଟ୍ରେଲିଆ, ୨ ୱିକେଟରେ ଜିତିଲା ଆସେସ୍‌ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍‌

ଆସେସ୍‌ ସିରିଜର ୨୦୨୩ର ପ୍ରଥମ ଟେଷ୍ଟ ମ୍ୟାଚକୁ ୨ ୱିକେଟରେ ଜିତିଛି ଅଷ୍ଟ୍ରେଲିଆ ଟିମ୍‌ । ଇଂଲଣ୍ଡକୁ ହରାଇ ପ୍ରଥମ ଟେଷ୍ଟ ମ୍ୟାଚ ନିଜ ନାମରେ କରିଛି । ଟେଷ୍ଟ କ୍ରିକେଟରେ ପରିବର୍ତ୍ତନ ଆଣିଥିବା ଦାବି କରୁଥିବା ଇଂଲଣ୍ଡର ବାଜ୍ ବଲ୍ ଶେଷରେ ଫେଲ୍ ମାରିଛି ।

ଆସେସ୍ ସିରିଜ ୨୦୨୩ ର ପ୍ରଥମ ଟେଷ୍ଟ ମ୍ୟାଚ ଅଷ୍ଟ୍ରେଲିଆ ଟିମ୍‌  ଜିତିଛି । । ଇଂଲଣ୍ଡ ବିପକ୍ଷରେ ବର୍ମିଂହାମ୍‌ରେ ଆରମ୍ଭ ହୋଇଥିବା ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ୨ ୱିକେଟରେ ମ୍ୟାଚ୍‌ ଜିତିନେଇଛି । ଆଉ ଟେଷ୍ଟ କ୍ରିକେଟରେ ପରିବର୍ତ୍ତନ ଆଣିଥିବା ଦାବି କରୁଥିବା ଇଂଲଣ୍ଡର ବାଜ୍ ବଲ୍ ଶେଷରେ ଫେଲ୍ ମାରିଛି । ୫ଟି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ରହିଛି ।

ଏହି ମ୍ୟାଚରେ ଇଂଲଣ୍ଡ ଟିମ୍‌ ୮ୱିକେଟ ହରାଇ ୩୯୩ ରନ୍‌ କରିବା ପରେ ପ୍ରଥମ ଦିନରେ ୧୧ ଓଭର ପୂର୍ବରୁ ନିଜର ପାଳି ଘୋଷଣା କରିଦେଇଥିଲା । ଅଷ୍ଟ୍ରେଲିଆ ଏହାପରେ ୩୮୬ ରନ୍‌ କରିଥିଲା । ତୃତୀୟ ଦିନରେ ଇଂଲଣ୍ଡ ଦ୍ବିତୀୟ ପାଳିରେ ୨ ୱିକେଟ  ହରାଇ ୨୮ ରନ୍‌ କରିଥିଲା । କିନ୍ତୁ ବର୍ଷା ଯୋଗୁଁ ଖେଳ ଅଧାରେ ବନ୍ଦ ହୋଇଥିଲା ।  ପ୍ରଥମ ପାଳିର ମାତ୍ର ୭ ରନରେ ଆଗୁଆ ଥିବା ଇଂଲଣ୍ଡ ଟିମ୍‌ ଖରାପ ବୋଲିଂ କରିଥିଲା । ଆଉ ଇଂଲଣ୍ଡର ଦ୍ବିତୀୟ ପାଳିରେ ମାତ୍ର ୨୭୩ ରନ୍‌ କରି ଅଲଆଉଟ୍‌ ହୋଇଥିଲା ଟିମ୍‌ ।


୨୮୧ ରନ୍‌ର ପିଛା କରିଥିବା ଅଷ୍ଟ୍ରେଲିଆ ଅନ୍ତିମ ଦିନରେ ୧୭୧ ରନ୍ ଆବଶ୍ୟକ କରୁଥିଲା ଏବଂ ହାତରେ ୭ ୱିକେଟ୍ ରହିଥିଲା । ଇଂଲଣ୍ଡ ଶେଷ ଦିନରେ ବୋଲିଂ କରି ୮ ୱିକେଟ୍ ନେବାରେ ସଫଳ ହୋଇଥିଲା । ଶେଷ ଦୁଇ ଉଇକେଟ୍‌ରେ ଅଷ୍ଟ୍ରେଲିଆକୁ ବିଜୟ ପାଇଁ ୫୫ ରନ୍ ଆବଶ୍ୟକ ରହିଥିଲା । ତେବେ ଇଂଲଣ୍ଡର ବିଜୟ ସୁନିଶ୍ଚିତ ଲାଗୁଥିବା ବେଳେ କ୍ରିଜରେ ଉପସ୍ଥିତ ଥିବା ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ ଏବଂ ନାଥାନ ଲିୟନ ଦମଦାର ବ୍ୟାଟିଂ ପ୍ରଦର୍ଶନ କରି ଇଂଲଣ୍ଡ ମୁହଁରୁ ବିଜୟ ଛଡ଼ାଇ ଆଣିଥିଲେ । ରୋବିନସନ୍‌ ଅଷ୍ଟ୍ରେଲିଆ ବ୍ୟାଟର ଉସମାନ ଖ୍ବାଜାଙ୍କୁ ଆଉଟ୍‌ କରିଥିଲେ । ଖ୍ବାଜା ୧୪୧ ରନ କରି ଆଉଟ୍‌ କରିଥିଲେ ।  ସେ ୩୨୧ ବଲ ସାମ୍ନା କରି ୧୪ଟି ଚଉକା ଏବଂ ୩ଟି ଛକା ମାରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.