ମେଡିକାଲ ଅଫିସର୍ ନିଯୁକ୍ତି ପାଇଁ OPSCର ବିଜ୍ଞପ୍ତି, ଆଶାୟୀ ଆଜିଠାରୁ ଆବେଦନ କରିପାରିବେ
ଆଶାୟୀ ପ୍ରାର୍ଥୀ ଆଜି ଠାରୁ OPSC ର ଅଫିସିଆଲ୍ ୱେବସାଇଟ୍ www.opsc.gov.in ଯାଇ ଅନଲାଇନ୍ରେ ଆବେଦନ କରିପାରିବେ । ଆବେଦନର ଶେଷ ତାରିଖ ହେଉଛି ସେପ୍ଚେମ୍ବର ୧୮ ରହିଛି। ମୋଟ୍ ୭୨୭୬ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।
କେନ୍ୟୁଜ୍(ବ୍ୟୁରୋ): ପ୍ରକାଶ ପାଇଲା ଗ୍ରୁପ୍ A ମେଡିକାଲ ଅଫିସର୍ ନିଯୁକ୍ତି ପାଇଁ ଓଡ଼ିଶା ପବ୍ଲିକ ସର୍ଭିସ କମିଶନ(OPSC)ର ବିଜ୍ଞପ୍ତି । ଆଶାୟୀ ପ୍ରାର୍ଥୀ ଆଜି ଠାରୁ OPSC ର ଅଫିସିଆଲ୍ ୱେବସାଇଟ୍ www.opsc.gov.in ଯାଇ ଅନଲାଇନ୍ରେ ଆବେଦନ କରିପାରିବେ । ଆବେଦନର ଶେଷ ତାରିଖ ହେଉଛି ସେପ୍ଚେମ୍ବର ୧୮ ରହିଛି। ମୋଟ୍ ୭୨୭୬ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ବୟସ ସୀମା ରହିଛି, ଜାନୁଆରୀ ୧, ୨୦୨୩ ସୁଦ୍ଧା ଆବେଦନକାରୀଙ୍କ ବୟସ ୨୧ରୁ ୩୮ ମଧ୍ୟରେ ହେବା ଦରକାର । ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି, MBBS ରେ ଡିଗ୍ରୀ ହାସଲ କରିଥିବା ଦରକାର । ଏହାବ୍ୟତିତ କୌଣସି ସ୍ୱୀକୃତିପ୍ରାପ୍ତ ମେଡିକାଲ କଲେଜ୍ରୁ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ ।