SAIL ରେ ଖାଲିପଡିଛି ପଦବୀ, ଜାଣନ୍ତୁ କେମିତି କରିବେ ଆବେଦନ

ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡରେ ବମ୍ପର ପଦବୀ ଖାଲି । ଏଠାରେ ୧୧୦ ପଦବୀ ଖାଲି ପଡିଛି । ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇ ଶେଷ ତାରିଖ ୧୬ ଡିସେମ୍ବର ରହିଛି । ଏଥିପାଇଁ ଆପଣଙ୍କୁ ଅଫିସିଆଲ ୱେବସାଇଟ sailcareers.com କୁ ଯାଇ ଆବେଦନ କରିପାରିବେ ।

ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡରେ ବମ୍ପର ପଦବୀ ଖାଲି ପଡିଛି । ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି । ଏଠାରେ ୧୧୦ ପଦବୀ ଖାଲି ପଡିଛି । ଏହି ପଦବୀରେ ଅପରେଟର-କମ୍‌ ଟେକ୍ନିସିଆନ, ଅପରେଟର-କମ-ଟେକ୍ନିସିଆନ(ଇଲେକ୍ଟ୍ରିକାଲ ସୁପରଭାଇଜର) ଏବଂ ଆଟେଣ୍ଡାଣ୍ଟ-କମ-ଟେକ୍ନିସିଆନ(ଟ୍ରେନି) ପଦବୀ ରହିଛି ।

ଏଥିପାଇଁ କେବଳ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ଏଥିପାଇଁ ଆପଣଙ୍କୁ ଅଫିସିଆଲ ୱେବସାଇଟ sailcareers.com କୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୧୧୦

ଅପରେଟର-କମ୍‌ ଟେକ୍ନିସିଆନ :୨୦
ଅପରେଟର-କମ-ଟେକ୍ନିସିଆନ(ଇଲେକ୍ଟ୍ରିକାଲ ସୁପରଭାଇଜର) : ୨୦
ଆଟେଣ୍ଡାଣ୍ଟ-କମ-ଟେକ୍ନିସିଆନ(ଟ୍ରେନି) :୮୦

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୬ ଡିସେମ୍ବର ରହିଛି ।

ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା : ପଦବୀ ଅନୁଯାୟୀ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା ଧାର୍ଯ୍ୟ କରାଯାଇଛି । ଅଧିକ ଜାଣିବା ପାଇଁ ଅଫିସିଆଲ େଓ୍ଵବସାଇଟକୁ ଯାଇ ନୋଟିସ ଚେକ୍‌ କରନ୍ତୁ ।

ଚୟନ ପ୍ରକ୍ରିୟା : ଚୟନ ପାଇଁ ପ୍ରଥମେ ସିବିଟି ଟେଷ୍ଟ ହେବ । ଯେଉଁମାନେ ପରୀକ୍ଷା ପାସ୍‌ କରିବେ, ସେମାନେ ସ୍କିଲ ଟେଷ୍ଟ ପାଇଁ ଡକାଯିବ । ସିବିଟିରେ ଅବ୍ଜେକଟିଭ ଟାଇପ ପରୀକ୍ଷା ହେବ ।

ଆବେଦନ ଶୁଳ୍କ : ସାଧାରଣ ବର୍ଗ ପ୍ରାର୍ଥୀ ୫୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି/ଜନଜାତି, PWD, EMS ଏବଂ ବିଭାଗୀୟ ପ୍ରାର୍ଥୀ ୩୦୦ ଟଙ୍କା ଶୁଳ୍କ ଦେବାକୁ ହେବ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ବାର୍ଷିକ ୧୦ ଲକ୍ଷ ଟଙ୍କା, ଗ୍ରେଡ-୩ ଦରମା ୯.୯ ଲକ୍ଷ ଦରମା ମିଳିବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.