ଗର୍ଲଫ୍ରେଣ୍ଡର ଲଭ୍‌ ବାଇଟରେ ଚାଲିଗଲା ପ୍ରେମିକ ଜୀବନ, କିସ୍‌ ହେଲା ବ୍ରେନଷ୍ଟ୍ରୋକର କାରଣ

ଗର୍ଲଫ୍ରେଣ୍ଡର ଲଭ୍‌ ବାଇଟରେ ଚାଲିଗଲା ୧୭ ବର୍ଷିୟ ପ୍ରେମିକକର ଜୀବନ । ଆପଣ ଏକଥା ଶୁଣି ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଏପରି ଏକ ଅଭାବନୀୟ ଘଟଣା ଘଟିଛି ମେସ୍କିକୋ ସିଟିରେ । ରିପୋର୍ଟ ଅନୁଯାୟୀ ଜଣେ ୧୭ ବର୍ଷର ଯୁବକ ନିଜ ପରିବାର ଓ ନିଜ ଗର୍ଲଫ୍ରେଣ୍ଡଙ୍କ ସହିତ ଡିନର ନାଇଟରେ ଯାଇଥିଲେ । ସେଠାରେ ତାଙ୍କ ୨୪ ବର୍ଷୀୟା ପ୍ରେମିକା ତାଙ୍କ ବେକକୁ କିସ୍‌ କରିଥିଲେ ଓ ଲଭ୍‌ ବାଇଟ ଦେଇଥିଲେ । ଏହା ପରେ କୌଣସି ଅସୁବିଧା ହୋଇନଥିଲା କିନ୍ତୁ ଏହାର କିଛି ସମୟ ପରେ ଯୁବକଙ୍କ ବେକରେ ବ୍ଲଡ କ୍ଲଟ ହୋଇ ଯାଇଥିଲା । ଏହା ପରେ ତାଙ୍କୁ ନିଶ୍ୱାସ ନେବାରେ ମଧ୍ୟ ଅସୁବିଧା ହେଉଥିଲା ଓ ସେ ବେହୋସ ହୋଇଯାଇଥିଲେ । ଏହା ପରେ ତାଙ୍କ ପରିବାର ତାଙ୍କୁ ପାଖରେ ଥିବା ଏକ ମେଡିକାଲକୁ ନେଇଯାଇଥିଲେ । ପରେ ଡାକ୍ତରମାନେ ଯୁବକ ଜଣଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।

love bites
Picture Credit – Time.com

ଡାକ୍ତରଙ୍କ କହିବା ଅନୁଯାୟୀ, ଲଭ୍‌ ବାଇଟ କରିବା ଦ୍ୱାରା ଏହା ରକ୍ତ ଜମାଟ ବାନ୍ଧିବାର ବଡ କାରଣ ହୋଇଥାଏ । ଯାହା ଦ୍ୱାରା ବ୍ରେନକୁ ରକ୍ତ ଯାଇପାରେନି ଓ ବ୍ରେନ ମଧ୍ୟ କାମ କରିବା ବନ୍ଦ ହୋଇଯାଏ । ଏହାପରେ ଏହି ବ୍ଲଡ କ୍ଲଟ ବ୍ରେନ ଷ୍ଟ୍ରୋକ ମଧ୍ୟ କରାଇଥାଏ । ଯାହାକି ଯୁବକ ଜଣଙ୍କ ସହିତ ହୋଇଥିଲା ।

Brainstrock
Picture Credit – India.com

ତେବେ ଏହା ହେଉଛି ଏକ ରେୟାର କେସ୍‌, କିନ୍ତୁ ଏହା ପୂର୍ବରୁ ମଧ୍ୟ ୨୦୧୦ ମସିହାରେ ଲଭ୍‌ ବାଇଟ ପାଇଁ ଜଣେ ୪୪ ବର୍ଷୀୟ ଯୁବତୀଙ୍କର ଜୀବନ ଯାଇଥିଲା । ଯିଏକି ନ୍ୟୁଜଲ୍ୟାଣ୍ଡ୍‌ ବାସିନ୍ଦା ଥିଲେ । ଡାକ୍ତରଙ୍କ କହିବା ଅନୁସାରେ ଲଭ୍‌ ବାଇଟ ପାଇଁ ରକ୍ତ ଜମାଟ ବାନ୍ଧି ଦିଏ, ଯାହା ପାଇଁ ଶରୀରରେ ଓ ଖାସ କରି ବେକର ଶିରାରେ ରକ୍ତ ସଞ୍ଚାର ହୋଇ ନଥାଏ ଯାହାକି ମୃତ୍ୟୁର କାରଣ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.