ଯଦି ଆପଣଙ୍କ ଭିତରେ ଏହି ୪ ଗୁଣ ରହିଛି, କେବେ ବି ଭାଙ୍ଗିବନି ସମ୍ପର୍କ

ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କରେ କେବେ ବି ଅସୁବିଧା ସୃଷ୍ଟି ନହେଉ ଏହା ସମସ୍ତେ ଚାହାଁନ୍ତି । ତେଣୁ ଆମେ ଆପଣଙ୍କୁ ଏପିର କିଛି ଟିପ୍ସ ଦେବୁ ଯାହା ସର୍ବଦା ଆପଣଙ୍କ ପରିବାର ମଧ୍ୟରେ ପ୍ରେମ ସମ୍ପର୍କକୁ ବଜାୟ ରଖିବ ।
କୁହାଯାଏ ପ୍ରେମ ଏକ ସୁନ୍ଦର ଅନୁଭବ । ଯେତେବେଳେ ଏହା ସମ୍ପର୍କରେ ପରିବର୍ତ୍ତନ ହୁଏ, ସେତେବେଳେ ଏକ ନୂଆ ଜୀବନର ଆରମ୍ଭ ହୁଏ । ପତି-ପତ୍ନୀ ବା ପାର୍ଟନର ଏହି ସମ୍ପର୍କକୁ ସୁନ୍ଦର ଭାବେ ବିତାଇ ଥାନ୍ତି । ହେଲେ ବେଳେ ବେଳେ କିଛି ଭୁଲ ବୁଝାମଣା କାରଣରୁ ହେଉ ବା ଅଜ୍ଞତାର କାରଣରୁ ହେଉ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । ସମ୍ପର୍କରେ ଯେପରି କୌଣସି ଅସୁବିଧା ନହେଉ ଏବଂ ଏକ ସୁନ୍ଦର ବୈବାହିକ ଜୀବନ ବିତୁ, ସେଥିପାଇଁ ଏହି ୪ ଟି ଅଭ୍ୟାସକୁ ସର୍ବଦା ପାଳନ କରନ୍ତୁ ।

କ୍ଷମା ମାଗିବା ଭଲ ଅଭ୍ୟାସ :

କିଛି ଲୋକ ଭୁଲ କରି ବି ନିଜ ପାର୍ଟନରକୁ ‘ସରି’ ବା ଭୁଲ୍‌ ମାଗନ୍ତି ନାହିଁ । ଯଦି ଜଣା ବା ଅଜଣାରେ ଆପଣଙ୍କ ଦ୍ୱାରା କିଛି ଭୁଲ ହୋଇ ଯାଉଛି । ତେବେ ସରି କହିବାକୁ କେବେ ବି ଭୁଲନ୍ତୁ ନାହିଁ । ଆପଣଙ୍କ ଏହି ଭଲ ଆଦତ ଯୋଗୁ ହୁଏତ ଆପଣଙ୍କ ପାର୍ଟନର ଆପଣଙ୍କୁ କ୍ଷମା କରିଦେଇ ପାରନ୍ତି ଓ ଆପଣଙ୍କ ମଧ୍ୟରେ ପୁଣି ଥରେ ପ୍ରେମ ଫେରି ଆସିବ ।

ଦିନର ଠିକ୍‌ ଆରମ୍ଭ :

ଅଳସୁଆ ସ୍ୱାମୀ ହୁଅନ୍ତୁ ନାହିଁ । ବରଂ ସକାଳୁ ପତ୍ନୀଙ୍କ ସହ ଉଠି ଟିଫିନ ଓ ଅନ୍ୟ କାମରେ ପତ୍ନୀଙ୍କୁ ସହଯୋଗ କରନ୍ତୁ । ଅତି କମରେ ପତ୍ନୀଙ୍କ ସହ ଟିଫିନ କରିବାର ସମୟ ବାହାର କରନ୍ତୁ । ଫଳରେ କାମ ଚାପରୁ ପତ୍ନୀ ରକ୍ଷା ପାଇବା ସହ ଆପଣଙ୍କ ପ୍ରତି ସ୍ନେହଁ ପ୍ରେମ ମଧ୍ୟ ବଢ଼ିବ ।

ବ୍ୟକ୍ତିଗତ କଥାରେ ମୁଣ୍ଡ ପୁରାନ୍ତୁ ନାହିଁ :

ଧରନ୍ତୁ ଆପଣ ପତ୍ନୀଙ୍କୁ ଅଧିକ ପ୍ରେମ କରୁଛନ୍ତି, ତାଙ୍କର ଚିନ୍ତା କରୁଛନ୍ତି କିମ୍ବା ସବ ର୍ଦା ତାଙ୍କ ସମ୍ପର୍କରେ ଚିନ୍ତା କରୁଛନ୍ତି । ହେଲେ ମନେ ରହେ ଯେପରି ତାଙ୍କ ପର୍ସନାଲ କଥାରେ କେବେ ବି ହସ୍ତକ୍ଷେପ କରନ୍ତୁ ନାହିଁ । ତାଙ୍କୁ ତାଙ୍କ କାମ କରିବାକୁ ଦିଅନ୍ତୁ । ଏପରି କିଛି ଭଲ ଆଦତ ଆପଣଙ୍କ ପ୍ରେମ ଜୀବନକୁ ମଧୁମୟ କରିଦେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.