କାହିଁକି ପାଳନ କରାଯାଏ ବନ୍ଧୁତା ଦିବସ, ଜାଣନ୍ତୁ ଆଜି ଏହାର ଇତିହାସ

ଆଜି ଦେଶ ପାଳୁଛି ବନ୍ଧୁତା ଦିବସ । ବନ୍ଧୁତାର ମହତ୍ୱକୁ ମନେ ପକାଇ ଏହି ଦିନରେ ସମସ୍ତେ ନିଜ ବନ୍ଧୁ ମାନଙ୍କୁ ଦିବସର ଶୁଭେଚ୍ଛା ଜଣାଉଛନ୍ତି । ବନ୍ଧୁତା ଏମିତି ଏକ ସମ୍ପର୍କ, ଯାହା ବିନା ଜୀବନ ଅଧୁରା । ଏହା ଏମିତି ଏକ ସମ୍ପର୍କ ଯେଉଁଠି କୌଣସି ସର୍ତ୍ତ ନଥାଏ । ତେବେ ସବୁ ଦିବସ ପାଳନ କରିବାର କୌଣସି ନା କୌଣସି କାରଣ ରହିଥାଏ । ଏହାର ମଧ୍ୟ ରହିଛି । କିନ୍ତୁ ଏହାର ଇତିହାସ ସମ୍ପର୍କରେ ସମସ୍ତଙ୍କୁ ଅଛପା । ଆଜି ଆମେ ଏହି ଦିବସ ପାଳନର କାରଣ/ ଇତିହାସ ସମ୍ପର୍କରେ କହିବୁ ।

ବିଶ୍ୱସ୍ତରରେ ବନ୍ଧୁତା ଦିବସ ବା ଇଣ୍ଟରନ୍ୟାସନାଲ ଫ୍ରେଣ୍ଡସିପ ଡେ ୩୦ ଜୁଲାଇରେ ପାଳନ କରାଯାଏ । କିନ୍ତୁ ଭାରତ, ବାଙ୍ଗଲାଦେଶ ସମେତ ଅନେକ ଦେଶରେ ଏହି ଦିବସକୁ ଅଗଷ୍ଟ ୧ ରେ ପାଳନ କରାଯାଏ । କିନ୍ତୁ ଆପଣ ଜାଣନ୍ତି କି ଏହାର ଆରମ୍ଭ କେବେ ହୋଇଥିଲା ।

ବନ୍ଧୁତା ଦିବସକୁ ୧୯୫୮ ମସିହାରେ ପାଳନ କରିବା ଆରମ୍ଭ ହୋଇଥିଲା । ଇତିହାସକୁ ଦେଖିଲେ ଜଣାପଡେ ଯେ, ଆମେରିକାରେ ୧୯୫୮ ଅଗଷ୍ଟ ୧ ପ୍ରଥମ ରବିବାର ଜଣେ ବ୍ୟକ୍ତିଙ୍କର ହତ୍ୟା କରାଯାଇଥିôଲା । ନିଜ ସାଙ୍ଗର ମୃତ୍ୟୁ ଖବର ଶୁଣି ଅନ୍ୟ ଜଣେ ସାଙ୍ଗ ଆତ୍ମହତ୍ୟା କରିଥିଲେ । ସେବେଠାରୁ ଆମେରିକା ସରକାର ଅଗଷ୍ଟ ୧ କୁ ବନ୍ଧୁତା ଦିବସ ରୂପେ ପାଳନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ତେବେ ନିଜ ସାଙ୍ଗଙ୍କ ସହ ଏହିଦିନକୁ ବିତାଇ ବନ୍ଧୁତା ଦିବସକୁ ଖାସ କରିପାରିବେ । ଏହିିଦିନରେ ଗ୍ରିଟିଂ କାର୍ଡ, ଗିଫ୍ଟ ଆଦି ପରସ୍ପରକୁ ଦେଇ ମନ ପସନ୍ଦ ଖାଦ୍ୟ ଖାଇ ସେଲିବ୍ରେଟ କରିପାରିବେ । ଏହିଦିନକୁ ସ୍ପେଶାଲ କରିବା ପାଇଁ ଆପଣ ନିଜ ମନ ପସନ୍ଦ ସ୍ଥାନକୁ ମଧ୍ୟ ଯାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.